ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ମେଡିକାଲ ରିପୋର୍ଟରେ ପ୍ରସ୍ତୁତ ହେଉଛି କାଗଜ ପ୍ଲେଟ, ୬ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ମୁମ୍ବାଇ,୭/୭: ରୋଗୀଙ୍କ ମେଡିକାଲ ରିପୋର୍ଟରେ ପ୍ରସ୍ତୁତ ହେଉଛି କାଗଜ ପ୍ଲେଟ । ଯାହାକୁ ନେଇ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ (କେଏମ) ହସ୍ପିଟାଲର ବଢିଛି ଅଡୁଆ। ଏହାର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ପ୍ରଶାସନ।ହସ୍ପିଟାଲ କର୍ମଚାରୀଙ୍କୁ ଜାରି ହୋଇଛି ନୋଟିସ।ତେବେ ଡାକ୍ତରଖାନା ରୋଗୀଙ୍କ ରିପୋର୍ଟରେ ପ୍ରସ୍ତୁତ କାଗଜ ପ୍ଲେଟଗୁଡିତ ଦେଖିବାକୁ ମିଳିଛି। କାଗଜ ପ୍ଲେଟରେ ରୋଗୀଙ୍କ ନାମ ମଧ୍ୟ ଲେଖା ହୋଇଛି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶା ସନ ଡାକ୍ତରଖାନାର ୬ଜଣ କର୍ମଚାରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି । 

ପୂର୍ବତନ ମେୟର କିଶୋରୀ ପେଡନେକର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି କଥା ପ୍ରକାଶ କରିଛନ୍ତି। ସେ ଡାକ୍ତରଖାନା,ରୋଗୀ ଏବଂ ଚିକିତ୍ସା ପ୍ରଣାଳୀ ବିଷୟରେ ଉଲ୍ଲେଖ କରାଯାଇଥିବା କାଗଜ ପ୍ଲେଟର ଏକ ଭିଡିଓ ସେୟାର କରିଛନ୍ତି। କିଶୋରୀ ପେଡନେକର ଡାକ୍ତରଖାନା ପ୍ରଶାସନ ବିରୋଧରେ ଚରମ ଅବହେଳା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ କେଏମ ହସ୍ପିଟାଲର ଡିନ୍ ଡକ୍ଟର ସଂଗୀତା ରାୱତ ସ୍ପଷ୍ଟ କରିଛନ୍ତି ଯେ,ରୋଗୀଙ୍କ ରିପୋର୍ଟରୁ ଏହି ପ୍ଲେଟଗୁଡ଼ିକ ତିଆରି କରାଯାଇ ନାହିଁ। ଏଗୁଡ଼ିକ ସିଟି ସ୍କାନର ପୁରୁଣା ଫୋଲ୍ଡର। ପୁନଃ ବ୍ୟବହାର ପାଇଁ ଏଗୁଡିକ ସ୍କ୍ରାପ୍ ଡିଲରମାନଙ୍କୁ ଦିଆଯାଇଥିଲା। ଏକମାତ୍ର ଭୁଲ ହେଉଛି ଏହା ଯେ, ଏହି ସ୍କ୍ରାପ୍ ପାପର୍‌କୁ ଦେବା ପୂର୍ବରୁ ନଷ୍ଟ କରାଯାଇନଥିଲା। ଏଥିପାଇଁ ୬ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିବା ସେ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.