ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

୬୯ତମ ଫିଲ୍ମଫେୟାର୍‌ ଆୱାର୍ଡସ୍‌, ବାଜି ମାରିଲେ ରଣବୀର-ଆଲିୟା

ନୂଆଦିଲ୍ଲୀ ୩୦/୦୧: ୬୯ତମ ଫିଲ୍ମଫେୟାର ଆୱାର୍ଡସ୍‌ରେ ବାଜି ମାରିଛନ୍ତି ବଲିଉଡ୍‌ର ପାୱାର କପଲ୍‌ ରଣବୀର କପୁର ଓ ଆଲିୟା ଭଟ୍ଟ । ଉଭୟଙ୍କୁ ମିଳିଛି ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମଫେୟାର ସମ୍ମାନ । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ବିବାଦୀୟ ଫିଲ୍ମ ‘ଆନିମଲ୍‌’ରେ ଦମ୍‌ଦାର ଅଭିନୟ ପାଇଁ ରଣବୀରଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ସମ୍ମାନ । ବାପ-ପୁଅ ସମ୍ପର୍କ ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ରଣବୀରଙ୍କ ଆନିମଲ୍‌ ଲୁକ୍‌ ବିବାଦୀୟ ହୋଇଥିଲେ ହେଁ, ବ୍ଲାକ୍‌ ଲେଡି ଟ୍ରଫି ରେସ୍‌ରେ ସେ ଅନ୍ୟ ଦାବିଦାର୍‌ଙ୍କୁ ପଛରେ ପକାଇଛନ୍ତି । 

ଅନେକ ହିଂସାତ୍ମକ ସିନ୍‌ ପାଇଁ ଫିଲ୍ମଟି ରିଲିଜ୍‌ ପରଠୁ ବିବାଦରେ ରହିଥିଲା  କରନ ଜୋହରଙ୍କ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବ୍ଲାକ୍‌ ଲେଡି ଟ୍ରଫି ହାସଲ କରିଛନ୍ତି ଆଲିୟା ଭଟ୍ଟ । ଏଥିରେ ରଣବୀର ସିଂହଙ୍କ ସହ ତାଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଦୁଇ ପରିବାର ମଧ୍ୟରେ ଅନେକ ଭିନ୍ନତା ସତ୍ତେ୍ୱ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ କିଭଳି ସଫଳ ହୋଇଛି, ଫିଲ୍ମ ତାହା ଦର୍ଶାଇଛି । ଫିଲ୍ମ ‘ଟ୍ୱେଲ୍‌ଥ ଫେଲ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ପଟ୍ଟକଥା ସମ୍ମାନ ମିଳିଛି । ନିର୍ମାତା ବିଧୁ ବିନୋଦ ଚୋପ୍ରା ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ପାଇଛନ୍ତି । ଫିଲ୍ମ ‘ଡଙ୍କି’ ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି ଭିକି କୌଶଲ । ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାନୀ’ ପାଇଁ ଶ୍ରେଷ୍ଠ ସହ- ଅଭିନେତ୍ରୀ ସମ୍ମାନ ପାଇଛନ୍ତି ଶବାନା ଆଜ୍‌ମୀ । 

ସେହିପରି ଫିଲ୍ମ ‘ଓଏମ୍‌ଜି-୨’କୁ ଶ୍ରେଷ୍ଠ କାହାଣୀ ସମ୍ମାନ ମିଳିଛି । ଇଶିତା ମୋଇତ୍ରାଙ୍କୁ ‘ରକି ଔର୍‌ ରାନୀ...’ ପାଇଁ ଶ୍ରେଷ୍ଠ ଡାଏଲଗ୍‌ ପୁରସ୍କାର ମିଳିଛି । ଫିଲ୍ମ ‘ପଠାନ୍‌’ର ଗୀତ ‘ବେଶରମ୍‌ ରଙ୍ଗ’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ପାଇଛନ୍ତି ଶିଳ୍ପା ରାଓ । ହିନ୍ଦୀ ସିନେମାରେ ଉଲ୍ଲେଖନୀୟ ଯୋଗଦାନ ଲାଗି ନିର୍ଦ୍ଦେଶକ ଡେଭିଡ୍‌ ଧୱନଙ୍କୁ ଜୀବନବ୍ୟାପୀ କୃତିତ୍ୱ ସମ୍ମାନ ମିଳିଛି । ଗୁଜରାଟର ଗାନ୍ଧିନଗରର ଗିଫ୍ଟ ସିଟିରେ ଆୟୋଜିତ ଫିଲ୍ମଫେୟାର ଆୱାର୍ଡସ୍‌ର ସଂଚାଳନା ଦାୟିତ୍ୱରେ ଥିଲେ ଫିଲ୍ମମେକର୍‌ କରନ ଜୋହର, ଅଭିନେକା ଆୟୁଷ୍ମାନ ଖୁରାନା ଓ ମନିଷ ପଲ୍‌ । ସମାରୋହର ମୁଖ୍ୟ ଆକର୍ଷଣ ଥିଲା ସେଲିବ୍ରିଟିଙ୍କ ରେଡ୍‌ କାର୍ପେଟ୍‌ ଲୁକ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.