ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

୧୫ ଡିଗ୍ରୀ ତଳେ ୭ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ଵର, ୧୦/୧୧ : ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାତି ତାପମାତ୍ରା କମୁଛି। ଶୀତର ପ୍ରକୋପ ବଢୁଛି। ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରହିଛି। ଶୀତ ବଢିବା ଯୋଗୁଁ ଶୀତ ବସ୍ତ୍ର ବିନା ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ସକାଳୁ ପାର୍କରେ ଭିଡ଼ ଜମୁଛି। ଲୋକମାନେ ବ୍ୟାୟାମ କରୁଛନ୍ତି। ସେହିପରି ଚା ଖଟିରେ ମଧ୍ୟ ସକାଳେ ସନ୍ଧ୍ୟାରେ ଭିଡ଼ ଜମୁଛି। 

ପ୍ରଦୂଷିତ ବାୟୁ ବଳୟରେ କଟକ, ଆଗକୁ ଉପୁଜିପାରେ ସଙ୍ଗିନ୍‌ ସ୍ଥିତି

ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ସର୍ବନିମ୍ନ ୧୦.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡାରେ ୧୧.୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, କେନ୍ଦୁଝରରେ ୧୨.୮ ଡିଗ୍ରୀ, ଫୁଲବାଣୀରେ ୧୩ ଡିଗ୍ରୀ, ଦାରିଙ୍ଗବାଡିରେ ୧୩ ଡିଗ୍ରୀ, କିରେଇରେ ୧୩.୭ ଡିଗ୍ରୀ, ଭବାନୀପାଟଣାରେ ୧୫ ଡିଗ୍ରୀ, ନବରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ ହୋଇଛି। 

  • prameyanews
  • PrameyaOdia
  • prameya
  • Weather update
  • Copyright © 2022 - Summa Real Media Private Limited. All Rights Reserved.