ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇ ୭ ବର୍ଷୀୟ ଶିଶୁ ମୃତ

ଲକ୍ଷ୍ନୌ ୧୨/୫: ଇନଷ୍ଟାଣ୍ଟ ନୁଡୁଲ୍ସ ଖାଉଛନ୍ତି କି?  ହୋଇଯାଆନ୍ତୁ ସାବଧାନ । ଏହା ଖାଇବା ଦ୍ୱାରା ଆପଣଙ୍କର ଜୀବନ ମଧ୍ୟ ଯାଇପାରେ । କାରଣ ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ବେଳେ ସେଥିରୁ ଜଣେ ୭ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତେବେ ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ  ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । 

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ ଓ  ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ । ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଶୋଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ ।

ହେଲେ ସେହିଦିନ ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାମଧ୍ୟରେ ସୀମାଙ୍କ ୭ ବର୍ଷୀୟ ପୁଅ ରୋହନର ଖୁବ ଜୋରରେ ପେଟରେ ଯନ୍ତ୍ରଣା ହୋଇଥିଲା । ରୋହନ ପାଣି ପିଇ ତଳେ ଶୋଇପଡିଥିଲା । ହେଲେ କିଛି ସମୟ ପରେ ରୋହନର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ଶନିବାର ଦିନ ସେମାନଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.