ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୮୦ ଖଣ୍ଡ ଶାଳ କାଠ ଜବତ, ୩ ଗିରଫ

ବୌଦ୍ଧ, ୧୭/୦୨ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ମଲିକୁଦ ଗ୍ରାମ ଗୁରୁଡ଼ାପଡ଼ା ଛକ ନିକଟରୁ ୮୦ ଖଣ୍ଡ ଶାଳ କାଠ ସମେତ ଗୋଟିଏ ଟାଟା ଏସି ଗାଡ଼ି ଏବଂ ଗୋଟିଏ ବାଇକ୍ ଜବତ ହୋଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । କଣ୍ଟାମାଳ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଏହି ଶାଳ କାଠ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଅଶୋକ ସାହୁ, ତ୍ରିଲୋଚନ ବାଘ ଓ କମ୍ଭୁ କର୍ମୀ । 

ସୂଚନା ଅନୁଯାୟୀ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ମଲିକୁଦ ଗ୍ରାମ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଗୋଟିଏ ଟାଟା ଏସି ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ବେଳେ ସେଥିରୁ ୮୦ ଖଣ୍ଡ ଶାଳ କାଠ ଜବତ ହୋଇଛି। ଏଥି ସହିତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବା ସହିତ ଚାଲାଣରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରିଛି ବନବିଭାଗ । ତେବେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.