ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କମେଣ୍ଟ ମରାକୁ ନେଇ ବାର୍ ସମ୍ମୁଖରେ ତୁମୁଳକାଣ୍ଡ : ୯ ଗିରଫ

ବାରଙ୍ଗ,୧୦।୧୨  ବାର୍ ଗଣ୍ଡଗୋଳକୁ ନେଇ ଜିରୋ ଟଲରେନ୍ସ ନୀତି ଆପଣେଇଛି କମିଶନରେଟ୍ ପୁଲିସ୍। ଏକାଥରେ ବାନ୍ଧିଛି ୯ ଜଣ ଗଣ୍ଡଗୋଳକାରୀଙ୍କୁ। ଶନିବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ସ୍ଥିତ ମିଡ଼ିଲଟନ୍ ବାର୍ ସମ୍ମୁଖରେ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିଲା। 

ରାଜଧାନୀ ଏବଂ ଏହାର ଉପକଣ୍ଠ ସମେତ  ବାହାର ଜିଲ୍ଲାରୁ ଆସିଥିବା କିଛି ଯୁବକ ଏବଂ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବାର୍ ରେ କମେଣ୍ଟ ମାରିବାକୁ ନେଇ ଉପୁଜିଥିଲା ଗଣ୍ଡଗୋଳ। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବଚସା ଓ ମାରପିଟ୍। ଏଥି ଯୋଗୁ ବାର୍ ସମ୍ମୁଖ ହୋଇଥିଲା ରଣକ୍ଷେତ୍ର। ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଏବଂ ଦୁଇଟି ପିସିଆର୍ ଟିମ୍ ପହଞ୍ଚି ଥିଲେ। ସେଠାରେ ପୁଲିସ କର୍ମୀଙ୍କ ସହ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା।  ପରେ ପରିସ୍ଥିତି ଆୟତ୍ତ କରିଥିଲେ ଥାନା ଅଧିକାରୀ। ଏହି ଘଟଣାରେ ୯ ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ପିଣ୍ଟୁ ଖଟୁଆ, ପ୍ରକାଶ ବେହେରା, ଶିବ ନାରାୟଣ ପାତ୍ର, ଦେବାଶିଷ ରାଉତରାୟ, ଆଲୋକ କୁମାର ସାହୁ, ହରିଶ୍ ଚନ୍ଦ୍ର ପୃଷ୍ଟି, ପ୍ରଶାନ୍ତ ସାମଲ , ସତ୍ୟନାରାୟଣ ମହାସୁଆର ଏବଂ ସଞ୍ଜୟ ମାଝୀଙ୍କୁ ଗିରଫ କରିଛି। 

ଆହୁରି ପଢନ୍ତୁ : ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ ପିଲାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.