ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, ମୁଣ୍ଡରେ ଛୁରୀ ଭୁସି ଜୀବନ ନେଇଗଲା ଅଭିଯୁକ୍ତ

Image Courtesy: livemint

ଓ୍ବାଶିଂଟନ ଡିସି: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଛି । ଆମେରିକା ଅନ୍ତର୍ଗତ ଇଣ୍ଡିଆନାରେ ଏକ ଜିମ୍‌ ସେଣ୍ଟରରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୨୪ ବର୍ଷୀୟ ବରୁଣ ରାଜ ପୁଚା ଆମେରିକାର ବଲପାରାଇଜୋ ବିଶ୍ବବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସର ଛାତ୍ର ଥିଲେ । 

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୯ରେ ବରୁଣ ରାଜ ଜିମ୍‌ରେ ଥିଲେ । ଏହି ସମୟରେ ୨୪ ବର୍ଷୀୟ ଆକ୍ରମଣକାରୀ ଜୋର୍ଡାନ ଆଣ୍ଡ୍ରେଡ୍‌ ତାଙ୍କ ମୁଣ୍ଡରେ ଛୁରୀ ଭୁସି ଦେଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତର କହିବା କଥା ହେଲା ସେ ଗତ ରବିବାର ଜିମ୍‌କୁ ଯାଇଥିବା ବେଳେ ବରୁଣଙ୍କୁ ଦେଖିଥିଲା । ହେଲେ ସେ ତାଙ୍କୁ ଜାଣିନଥିଲା । କିନ୍ତୁ ବରୁଣଙ୍କ ବ୍ୟବହାର ତାକୁ ଅଜବ ଲାଗିଲା ବୋଲି ଅଭିଯୁକ୍ତ ଜୋର୍ଡାନ କହିଥିବା ନେଇ ‘ଦ ଟାଇମ୍ସ ଅଫ ନର୍ଥଓ୍ବେଷ୍ଟ ଇଣ୍ଡିଆନା’ରେ ଖବର ପ୍ରକାଶ ପାଇଛି । 

ବରୁଶ ତା’ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଭାବିଥିଲା ଅଭିଯୁକ୍ତ । ଏହା ପରେ ତାକୁ ଯାହା ଠିକ୍ ଲାଗିଲା ସେ କଲା ବୋଲି ଜୋର୍ଡାନ ପୋଲିସକୁ କହିଛି । ବରୁଣଙ୍କ ଶରୀରର କେଉଁ ଅଙ୍ଗରେ ଛୁରୀ ଭୁସିଛି ବୋଲି ପୋଲିସ ଅଭିଯୁକ୍ତକୁ ପଚାରିଥିଲା । ବରୁଣଙ୍କ ମୁଣ୍ଡରେ ଛୁରୀ ଭୁସିଥିଲା ବୋଲି ମାନିଥିଲା ଅଭିଯୁକ୍ତ ।

 ଅନ୍ୟପଟେ ବରୁଣଙ୍କ ମୃତ୍ୟୁକୁ ନେଇ ଏକ ସ୍ମୃତିଚାରଣ ସଭା ଆୟୋଜନ କରାଯିବ । ବିଶ୍ବବିଦ୍ୟାଳୟ ପକ୍ଷରୁ ନଭେମ୍ବର ୧୬ରେ ଏହି ସ୍ମୃତିସଭା ହେବ । ତେବେ ବିଶ୍ବବିଦ୍ୟାଳୟ ପକ୍ଷରୁ ବରୁଣ ରାଜ ପୁଚାଙ୍କ ହତ୍ୟାକୁ ନେଇ ଶୋକ ପ୍ରକାଶ କରାଯାଇଛି।  ଏହା ସହ ବରୁଣଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବଲପାରାଇଜୋ ବିଶ୍ବବିଦ୍ୟାଳୟ । ସେପଟେ ଅଗଷ୍ଟ ୨୦୨୨ରେ ତେଲେଙ୍ଗାନର ଖମାମରୁ ବରୁଣ ଆମେରିକା ପଢ଼ିବା ପାଇଁ ଯାଇଥିଲେ । ସେଠାରେ ପଢ଼ା ଶେଷ ହେବା ପରେ ଆସନ୍ତା ବର୍ଷ ଘରକୁ ଫେରିଥାନ୍ତେ ବରୁଣ ପୁଚା । ହେଲେ ତାଙ୍କର ନିର୍ମମ ହତ୍ୟା ପରିବାର ସମେତ ସମଗ୍ର ଦେଶକୁ ମର୍ମାହତ କରିଛି ।  

 

  • india
  • America
  • Copyright © 2022 - Summa Real Media Private Limited. All Rights Reserved.