ସମ୍ବଲପୁର ୧୩/୧୧: ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ। ଖେତରାଜପୁର ଶ୍ୟାମ ବାଟିକା ବି ବ୍ଲକରେ ଥିବା ମନୋଜ ଅଗ୍ରଓ୍ବାଲ ଫ୍ଲାଟ ନମ୍ବର ୩୦୩ରେ ଲାଗିଲା ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ସଟସର୍କିଟରେ ନିଆଁ ଲାଗିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ସୂଚନା ମୁତାବିକ, ମନୋଜ ଅଗ୍ରଓ୍ବାଲ ରେସିଡେନ୍ସିଆଲ ଫ୍ଲାଟରେ ବୋଆଇନ ଭାବେ ଲୁଚାଛପାରେ ବ୍ୟାକେରୀ ଗୋଦାମ ଚଳାଉଥିଲେ। ତେବେ ନିଆଁ ଲାଗିବା ଫଳରେ ବିଲ୍ଡିଂରେ ଧୂଆଁମୟ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଫ୍ଲାଟ ନମ୍ବର ୪୦୩ ମଧ୍ୟ କିଛି ଅଶଂ ପୋଡିଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ତେବେ ମନୋଜ ବ୍ୟକ୍ତିଗତସ୍ବାର୍ଥ ପାଇଁ ଅନ୍ୟ ଜୀବନକୁ ଖାତିର ନକରି ସେ ବ୍ୟାକେରୀ ଗୋଦାମ ଚଳାଉଥିଲେ। ତେବେ ରେସିଡେନ୍ସିଆଲ ଫ୍ଲାଟରେ କେମିତି ସେ ବ୍ୟାକେରୀ ଗୋଦାମ କରିଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ତଦନ୍ତ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛି।