ନୀଳଗିରି,୧୪/୧୧(ଆ.ପ୍ର):୧୫ ବର୍ଷରୁ କମ ଓଡିଶା କ୍ରିକେଟ ଆସୋସିଏସନ ପାଇଁ ମନୋନୀତ ହେଲେ ନୀଳଗିରି ଆଦିବାସୀ ଅଞ୍ଚଳର ଝିଅ ଶୁଭଲକ୍ଷ୍ମୀ । ନୀଳଗିରି ବ୍ଲକ ଅଧିନ ଶିଆଡିମାଳ ପଂଚାୟତ ସିଆଡ଼ିମାଳ ଗ୍ରାମର ବାବୁଲା ସିଂ ଙ୍କ ଝିଅ ଶୁଭଲକ୍ଷ୍ମୀ ପିଲା ଦିନରୁ କ୍ରିକେଟ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା।ପିଲା ଦିନେ ସେ କ୍ରିକେଟ ଖେଳିବା ପାଇଁ ଆଗ୍ରହ ଦେଖି ବାପା ମାଆ ତାଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ।
ନୀଳଗିରି ନିମସ ରେ ଅଷ୍ଟମ ଶ୍ରେଣୀରେ ପାଠ ଅଧ୍ୟୟନ ରତ ଅଛନ୍ତି।ବାଲେଶ୍ଵର ରେ ଜଣେ କୋଚଙ୍କ ତତ୍ୱବଧାନରେ ସେ କ୍ରିକେଟ ଅଭ୍ୟାସ କରି ଆଜି ଏହି ସଫଳତା ପାଇଛନ୍ତି। ବାପା ଶିକ୍ଷକତା କରୁଥିବା ବେଳେ ମାଆ ସିଆରପି ଭାବେ କାର୍ଯ୍ୟ କରନ୍ତି।ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇବା ପରେ ଶୁଭଲକ୍ଷ୍ମୀ ଆଜି ୧୫ ବର୍ଷରୁ କମ କ୍ରିକେଟ ମ୍ୟାଚ ଖେଳିବା ପାଇଁ ଆଜି ଗୁଜରାଟ ଯାଇଥିବା ଜଣାପଡିଛି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ,ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,ବିଜେଡି ନେତା ସନ୍ତୋଷ ଖଟୁଆ,କଂଗ୍ରେସ ସଂସଦୀୟ କ୍ଷେତ୍ରର ନେତା ନଵଜ୍ୟୋତି ପଟ୍ଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ତେବେ ନୀଳଗିରି ପାଇଁ ଶୁଭଲକ୍ଷ୍ମୀ ଗର୍ବ ଆଣିଦେଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
ଆହୁରି ପଢନ୍ତୁ : ଦେଲେ ଅସଲି, ପାଇଲେ ନକଲି ଟଙ୍କା : ୨୭ ଲକ୍ଷ ଟଙ୍କା ଠକେଇ