ଓ୍ବାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଘଟିଛି । ତାଙ୍କ ସୁରକ୍ଷାରେ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟସ ୩ ଜଣ ସନ୍ଦିଗ୍ଧଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ଏସୟୁଭି କାର କାଚକୁ ୩ ଜଣ ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ବୋଲି ନ୍ୟୁଜ ଏଜେନ୍ସି ଏପିରେ ପ୍ରକାଶିତ ଖବରରୁ ଜଣାପଡ଼ିଛି । ତେବେ ଏହା ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ସେମାନଙ୍କ ଉପରେ ଗୁଳିମାଡ କରିଛନ୍ତି ।
APEC ସମ୍ମିଳନୀରେ ଜିନପିଙ୍ଗଙ୍କୁ ଭେଟିବେ ବାଇଡେନ୍ , ଯୋଗ ଦେବେନି ଭ୍ଲାଦିମିର ପୁଟିନ
ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏପିକୁ କହିଛନ୍ତି ଯେ, ସିକ୍ରେଟ ଏଜେଣ୍ଟସ୍ ନାଓମୀଙ୍କ ସହ ଓ୍ବାଶିଂଟନସ୍ଥିତ ଜର୍ଜଟାଉନ୍କୁ ଯାଇଥିଲେ। ଏହି ସମୟରେ ନାଓମୀଙ୍କ ଗାଡ଼ି ପାର୍କିଂରେ ଛିଡ଼ା ହୋଇଥିଲା। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଆସି କାରର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।
ଅନ୍ୟପଟେ ସିକ୍ରେଟ ସର୍ଭିସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ଜଣ ଦୁର୍ବୃତ୍ତ ଲାଲ ରଙ୍ଗର ଗାଡ଼ିରେ ଫେରାର ହୋଇଗଲେ। ୩ ଜଣଙ୍କୁ ଧରିବା ଲାଗି ସିକ୍ରେଟ ସର୍ଭିସ୍ ପକ୍ଷରୁ ରିଜିଓନାଲ ବୁଲେଟିନ୍ ଜାରି କରାଯାଇଛି । ସେମାନଙ୍କ ଉପରେ ଜଣେ ଏଜେଣ୍ଟ ହିଁ ଗୁଳିମାଡ କରିଥିଲେ । ହେଲେ ସେମାନେ ଖସି ପଳାଇଯିବାକୁ ସମର୍ଥ ହୋଇଛନ୍ତି ।
ଋଷି ସୁନକ କଲେ କ୍ୟାବିନେଟରେ ପରିବର୍ତ୍ତନ, ଡେଭିଡ କ୍ୟାମରନ ହେଲେ ବ୍ରିଟେନର ନୂତନ ବୈଦେଶିକ ମନ୍ତ୍ରୀ