ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ମାଓବାଦୀଙ୍କ ସହ ଲଢେଇରେ ଛେଳି ସାଜିଛି ସିଆରଏଫ୍‌ର ବନ୍ଧୁ ! ଯବାନଙ୍କ ସହ ରହୁଛି କ୍ୟାମ୍ପରେ

ରାୟପୁର : ଛତିଶଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ୍‌) ର ବାଟାଲିୟନ ୧୫୦, ମାଓବାଦୀଙ୍କ ସହ ଲଢେଇ ଜାରି ରଖିଛି। ସୁକମା ଜିଲ୍ଲାରେ ଜାରି ଏହି ଲଢେଇର ଉତ୍ତେଜନାରୁ ମୁକ୍ତି ଦେଉଛନ୍ତି ସିଆରପିଏଫ୍‌ର ଜଣେ ଖାସ୍‌ ବନ୍ଧୁ। ଏହି ଖାସ୍‌ ବନ୍ଧୁଙ୍କ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏ ଆଉ କେହି ନୁହେଁ, ଏହା ଏକ ଛେଳି। ଯାହାର ନାଁ ଚାମୁଣ୍ଡା। ସେ ପାଖାପାଖି ୧୦ ବର୍ଷ ହେବ ବାଟାଲିୟନ୍‌ ସହ ହିଁ ରହିଥାଏ। ବାଟାଲିୟନ ଯୁଆଡ଼େ ଯାଏ , ତାକୁ ସାଥିରେ ନେଇ ଯାଏ। ଏହିପରି ସେ ପୋଷ୍ଟ ଟୁ ପୋଷ୍ଟ ସିଆରପିଏଫ୍‌ ଯବାନଙ୍କ ସହ ଘୂରି ବୁଲେ।

ଗୁରୁବାର ଦିନ ମାଓବାଦୀଙ୍କ ସହ ସଂଘର୍ଷ ପରେ ଚାମୁଣ୍ଡା ସେଠାରେ ଆରାମରେ ବସିଥିଲା । ଗଛରୁ ପତ୍ର ଖାଉଥିଲା। କ୍ୟାମ୍ପରେ ନିର୍ଭୟରେ ବୁଲାବୁଲି କରିବାର ନଜର ଆସିଥିଲା। ଇଣ୍ଡିଆନ ଏକ୍ସପ୍ରେସ ମୁତାବିକ , ଚାମୁଣ୍ଡା ଛେଳିର ସିଆରପିଏଫ୍‌ ବାଟାଲିୟନ ସହ ଜଡିତ କାହାଣୀ ବି ଖୁବ୍‌ ସ୍ୱତନ୍ତ୍ର ପ୍ରକାରର। 

ସୂଚନା ଅନୁସାରେ , ୨୦୧୪ ମସିହାରେ ବାଟାଲିୟନ୍‌ ସୁକମା ଜିଲ୍ଲାର କାଙ୍କେରଲାଙ୍କା ଗାଁରେ ମୁତୟନ ଥିଲା। ଏହି ସମୟରେ ଜଣେ ଯବାନଙ୍କୁ ଏହି ଛେଳିଟି ମିଳିଥିଲା। ସେତେବେଳେ ଏହା ମାତ୍ର ୪୫ ଦିନର ଥିଲା ଏବଂ ଖୁବ୍ ଅସୁସ୍ଥ ଥିଲା। ତାର ମାଲିକ ତାକୁ ଏହି କ୍ୟାମ୍ପ ପାଖରେ ଛାଡ଼ି ଦେଇ ଥିଲେ। ସେ ଚାଲି ବି ପାରୁ ନଥିଲା। ଏହାପରେ ବାଟାଲିୟନର ଲୋକେ ଏହାକୁ କ୍ୟାମ୍ପରେ ରଖି ଯତ୍ନ ନେଲେ ଏବଂ ସେ ଧିରେ ଧିରେ ସୁସ୍ଥ ହୋଇଗଲା। ଏବେ ସେ କ୍ୟାମ୍ପ ପରିବାରର ସଦସ୍ୟ ହୋଇ ଯାଇଛି। ଯଦି ସେ ରୋଗରେ ପଡ଼ିଯାଏ ତ ଯବାନ ତା ପାଇଁ ଔଷଧ ଆଣିବାକୁ ରାୟପୁର ଯାଏ ଚାଲି ଯାଆନ୍ତି। ଅବସର ମୁହୂର୍ତ୍ତରେ ତା ସହ ସମୟ ବିତାନ୍ତି ଯବାନମାନେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.