ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଚିକିତ୍ସା କରିବାକୁ ଯାଇ ହଟହଟା ହେଲେ ଡାକ୍ତର, ସ୍କ୍ରୁଡ୍ରାଇଭରରେ ଆକ୍ରମଣ କରି ଲହୁଲୁହାଣ କଲା ରୋଗୀ

ନୂଆଦିଲ୍ଲୀ, ୦୭/୦୯: ହସ୍ପିଟାଲ ବେଡ୍‌ରେ ଶୋଇଥିଲା ରୋଗୀ । ଚିକିତ୍ସା କରିବାକୁ ଯିବା ବେଳେ ଡାକ୍ତରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଲା । ଦିଲ୍ଲୀର ସଫଦର୍ଜଙ୍ଗ ମେଡିକାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହାତ ଭାଙ୍ଗିଯାଇଥିବାରୁ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ପରେ ଡାକ୍ତର ରାହୁଲ କାନେଲା ରୋଗୀଙ୍କୁ ଦେଖିବାକୁ ପହଞ୍ଚିଥିଲେ । ଏପରିକି ରୋଗୀଙ୍କୁ ହାତରେ ଲାଗିଥିବା ସାଲାଇନର ଛୁଞ୍ଚି ବାହାର କରିବାକୁ  ନର୍ସଙ୍କ ପାଖକୁ ଯିବାକୁ କହିଥିଲେ । ଏତିକି ବେଳେ ରୋଗୀ ଜଣଙ୍କ ପକେଟରୁ ସ୍କ୍ରୁଡ୍ରାଇଭର ବାହର କରି ଡାକ୍ତରଙ୍କୁ ଆକ୍ରମଣ କରିଥିଲା । ତାସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ରୋଗୀ । 

ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍‌, ଭୁଲରେ ମାରିଦେଇଛି ନାସା

ଏହି ଘଟଣା ସେପ୍ଟେମ୍ବର ୪ ତାରିଖ ରାତି ପ୍ରାୟ ୧ଟା ବେଳେ ଘଟିଥିଲା । ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ରୋଗୀ ଜଣଙ୍କ ଆକ୍ରମଣ କରିବା ଘଟଣା ପରେ ପୋଲିସ ମାମଲାର ତଦନ୍ତ କରୁଛି । ସେପଟେ ୨୬ ବର୍ଷୀୟ ଡାକ୍ତର ଗୁରୁତର ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଡାହାଣ ହାତର ଦୁଇଟି ଅଙ୍ଗୁଳିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଏହା ସହ ଡାକ୍ତର କାନେଲାଙ୍କ ବେକ ଏବଂ ତଳିପେଟରେ ଆଘାତ ମଧ୍ୟ ଲାଗିଛି । 

ତେବେ ରୋଗୀଙ୍କ ଆକ୍ରମଣ ପରେ ଚିତ୍କାର କରିଉଠିଥିଲେ ଡାକ୍ତର କାନେଲ । ଏହା ଶୁଣି ହସ୍ପିଟାଲର ଗାର୍ଡ ଏବଂ ଅନ୍ୟ ଡାକ୍ତରମାନେ ସେହି ଓ୍ବାର୍ଡରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ରୋଗୀଙ୍କ ବିରୋଧରେ ହସ୍ପିଟାଲ କର୍ତ୍ତୃପକ୍ଷ ଥାନରେ ଅଭିଯୋଗ କରିଥିଲେ । ଏବେ ପୋଲିସ ମାମଲାର ଯାଞ୍ଚ କରୁଛି । ସେପଟେ ଡାକ୍ତର କାନେଲା ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।  

You can also read: ଡରାଉଛି ନୂଆ ତଥ୍ୟ: ଯୁବପିଢ଼ିଙ୍କୁ ଗ୍ରାସ କରୁଛି କ୍ୟାନ୍ସର, ୩୦ ବର୍ଷରେ ୮୦ ପ୍ରତିଶତ ବୃଦ୍ଧି

Safdarjung Hospital
Orthopedic wing

Copyright © 2022 - Summa Real Media Private Limited. All Rights Reserved.