ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ; ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବ

ପୁରୀ,୧୫/୯ : ପୁରୀ ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଶୁକ୍ରବାର ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଅଧ୍ୟକ୍ଷତା କରି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିପାଇଁ ପୂର୍ବ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏଥିପାଇଁ ଜିଲ୍ଲା ନିର୍ବାଚନ ପରିଚାଳନା ବା ଡିଷ୍ଟ୍ରିକ୍ଟ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ଲାନ୍ ପ୍ରସ୍ତୁତ କରିବା ଜରୁରୀ । ଏଥିରେ ଜିଲ୍ଲା ପ୍ରୋଫାଇଲ, ମ୍ୟାପ, ସଠିକ ଭୋଟର ତାଲିକା, ବିଏଲ ଓ ନିଯୁକ୍ତି, ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ବ୍ୟବସ୍ଥା, ପରିବହନ ପାଇଁ ଗାଡ଼ି ବ୍ୟବସ୍ଥା, ମତଦାନ କେନ୍ଦ୍ରର ସ୍ଥିତି ଓ ଅବସ୍ଥିତି, ମତଦାତାଙ୍କ ପାଇଁ ସୁବିଧା ବ୍ୟବସ୍ଥା, ମତଦାନ କେନ୍ଦ୍ରରେ ରାମ୍ପ ବ୍ୟବସ୍ଥା, ଇଭିଏମ୍ ରଖିବା ବ୍ୟବସ୍ଥା, ପୁଲିଂ ପାର୍ଟିକୁ ତାଲିମ ବ୍ୟବସ୍ଥା, ମିଡ଼ିଆ ମ୍ୟାନେଜମେଣ୍ଟ ପ୍ଲାନ ଇତ୍ୟାଦିକୁ ପ୍ରସ୍ତୁତ କରିବାକୁ ଶ୍ରୀ ସାହୁ ବିଶଦ ଆଲୋଚନା କରିଥିଲେ । 

ଉପଜିଲ୍ଲାପାଳ ଭବତାରଣ ସାହୁ ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି, ନୂତନ ଭୋଟରମାନଙ୍କୁ ସାମିଲ, ବିଏଲ ଓ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିର୍ବାଚନରେ ଦାୟିତ୍ୱ ସମୟରେ ସେମାନଙ୍କ ଅବସର ସମୟକୁ ଅନୁଧ୍ୟାନ କରିବା ସହ ଭୋଟର ତାଲିକାରେ ଯୋଗ ପାଇଁ ଭୋଟର ହେଲ୍ପ ଲାଇନ ଆପ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ବିସ୍ତୃତ ସୂଚନା ଦେଇ ପୁରୀ ପୌର ନିର୍ବାହୀ ଅଧିକାରୀ ତଥା ରାଜ୍ୟ ନିର୍ବାଚନ ମାଷ୍ଟର ଟ୍ରେନର ସରୋଜ ସ୍ୱାଇଁ ଭୋଟର ତାଲିକା ପ୍ରସ୍ତୁତି, ମତଦାନ କେନ୍ଦ୍ରର ବ୍ୟବସ୍ଥା, ମତଦାତାଙ୍କୁ ସୁବିଧା ପ୍ରଦାନ, ଏଇଆରଓମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ସେକ୍ଟର ଅଫିସର, ବିଏଲଓମାନଙ୍କ ଦାୟିତ୍ୱ ଇତ୍ୟାଦି ସମ୍ପର୍କରେ ମତ ଦେଇଥିଲେ। 

ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ତହସିଲଦାର, ବିଡ଼ିଓ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବର୍ତ୍ତମାନ ମୋଟ ଭୋଟରଙ୍କ ସଂଖ୍ୟା ୧୩୫୯୪୫୯ ଥିବ ବେଳେ ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୦୩୧୫୩, ମହିଳା ଭୋଟରଙ୍କ ସଂଖ୍ୟା ୬୫୬୨୨୮ ଓ ଅନ୍ୟାନ୍ୟ ୭୮ଜଣ ଭୋଟର ରହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.