ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାଭାରତ କାବ୍ୟ ଉପରେ ଗବେଷଣା କରୁଥିବା ହଲାଣ୍ଡର ବିଶିଷ୍ଟ ଗବେଷକଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର,୭/୨ : ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପରିଦର୍ଶନ କରିବା ସହ ଗବେଷକମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରତର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଫେସର ଗ୍ରିଫିଥ୍‌ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍‌ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍‌ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ । ସେ ବର୍ତ୍ତମାନ ଇଣ୍ଡୋନେସିଆରେ ଅବସ୍ଥାପିତ ।

ଏହି ଅବସରରେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ପ୍ରାଚୀନ୍‌ର ସାରୋଳ ମହାଭାରଥ ସମ୍ପାଦକ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୈାରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.