ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଠକାମିର ଶିକାର ହେଲେ ମହିଳା, ୪୯ ଟଙ୍କାରେ ୪ ଡଜନ୍‌ ଅଣ୍ଡା କିଣିବାକୁ ଯାଇ ହରାଇଲେ ୪୮ ହଜାର

ବେଙ୍ଗାଲୁରୁ ୨୮/୦୨: ବେଙ୍ଗାଲୁରୁର ଜଣେ ମହିଳା ଅନ୍‌ଲାଇନ୍‌ ୪ ଡଜନ୍‌ ଅଣ୍ଡା କିଣିବାକୁ ଯାଇ ଠକାମିର ଶିକାର ହୋଇଛନ୍ତି । ମାତ୍ର ୪୯ ଟଙ୍କାରେ ୪ ଡଜନ୍‌ (୪୮) ଅଣ୍ଡା ବିକ୍ରି ହେଉଥିବାର ଅଫର୍‌ ବିଷୟରେ ସେ ଜାଣିବାକୁ ପାଇଲେ । କିନ୍ତୁ ସେ ଯେତେବେଳେ ଅଫର୍‌ର ଲାଭ ଉଠାଇବାକୁ ଚେଷ୍ଟା କଲେ, ତାଙ୍କ କ୍ରେଡିଟ୍‌ କାର୍ଡରୁ ୪୮ ହଜାର ଟଙ୍କା କଟିଗଲା । 

ଶିବାନୀ ନାମ୍ନୀ ଏହି ମହିଳା ବେଙ୍ଗାଲୁରୁର ବସନ୍ତ ନଗର ବାସିନ୍ଦା । ଶିବାନୀ କହିଛନ୍ତି ‘ମୋ ପାଖକୁ ଏକ ବିଜ୍ଞାପନ ଆସିଲା, ଯେଉଁଥିରେ ସପିଂ ଲିଙ୍କ୍‌ ଥିଲା । ଏହାକୁ କ୍ଲିକ୍‌ କରିବା ପରେ ଏକ ପେଜ୍‌ ଖୋଲିଲା । ସେଥିରେ କୁକୁଡ଼ା କେମିତି ପାଳନ କରାଯାଏ ଏବଂ ସେମାନଙ୍କ ଅଣ୍ଡା କେମିତି ସଂଗ୍ରହ କରାଯାଏ ଓ ବିକ୍ରି କରାଯାଏ, ସେ ବିଷୟରେ ବର୍ଣ୍ଣନା କରାଯାଇଥିଲା । ଡେଲିଭରୀ ଚାର୍ଜ ବିନା ମାତ୍ର ୯୯ ଟଙ୍କାରେ ୮ ଡଜନ୍‌ ଅଣ୍ଡା ବିକ୍ରି କରୁଥିବା କମ୍ପାନିର ବିଜ୍ଞାପନରେ ଉଲ୍ଲେଖ ହୋଇଥିଲା । ମୁଁ ୪୯ ଟଙ୍କାରେ ୪ ଡଜନ୍‌ ଅଣ୍ଡା କିଣିବାକୁ ନିଷ୍ପତ୍ତି ନେଲି । ଯେତେବେଳେ ଅର୍ଡର୍‌ ପ୍ରକ୍ରିୟା ଅନୁସରଣ କଲି, ତାହା ମୋତେ ଏକ କଣ୍ଟାକ୍ଟ ଇନ୍‌ଫର୍ମେସନ୍‌ ପେଜ୍‌କୁ ନେଇଗଲା । ମୁଁ ନିଜର ସମସ୍ତ ତଥ୍ୟ ଦେବା ପରେ ଅଣ୍ଡା ଅର୍ଡର୍‌ କଲି । ତା’ପରେ ଏହା ମୋତେ ଆଉ ଏକ ପେଜ୍‌ରେ ପହଞ୍ଚାଇଦେଲା । ସେଠାରେ କେବଳ କ୍ରେଡିଟ୍‌ କାର୍ଡ ଜରିଆରେ ଟଙ୍କା ପୈଠର ବିକଳ୍ପ ଥିଲା । ମୁଁ ନିଜ କ୍ରେଡିଟ୍‌ କାର୍ଡର ତଥ୍ୟ ଦେଇ ଏଣ୍ଟର୍‌ ମାରିବା ପରେ ମୋ ଫୋନ୍‌କୁ ଏକ ଓଟିପି ଆସିଲା । କିନ୍ତୁ ଓଟିପି ଦେବା ପୂର୍ବରୁ ୪୮,୧୯୯ ଟଙ୍କା କ୍ରେଡିଟ୍‌ କାର୍ଡରୁ ଚାଲିଯାଇଥିଲା ।’ 

ଶାଇନ୍‌ ମୋବାଇଲ ଏଚ୍‌ୟୁ ନାମକ ଆକାଉଣ୍ଟ୍‌କୁ ଏହି ଟଙ୍କା ଯାଇଥିବା ଶିବାନୀ କହିଛନ୍ତି । ଆକାଉଣ୍ଟ୍‌ରୁ ଟଙ୍କା ଚାଲିଯିବା ପରେ ବ୍ୟାଙ୍କ୍‌ ତରଫରୁ ତାଙ୍କ ପାଖକୁ ଫୋନ୍‌ ଗଲା । ଶିବାନୀ ବ୍ୟାଙ୍କ୍‌କୁ ଠକେଇ ବିଷୟରେ ଜଣାଇବା ପରେ ତାଙ୍କର ଆକାଉଣ୍ଟ୍‌ ବ୍ଲକ୍‌ କରାଗଲା । ଏହା ପରେ ସେ ସାଇବର କ୍ରାଇମ୍‌ ହେଲ୍‌ପଲାଇନ୍‌ର ସାହାଯ୍ୟ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.