ୱାଶିଂଟନ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସ୍କ୍ରିପ୍ଟ ରାଇଟିଂ , ଭିଡିଓ ମେକିଂ ଭଳି ଅନେକ ଜିନିଷ ସହଜ ହୋଇ ପାରିଛି। କିନ୍ତୁ ଯଦି ଆମେ କହିବା କି , ଏବେ ଏଆଇ ଦ୍ୱାରା ରୋବୋଟ ମଧ୍ୟ ତିଆରି କରାଯାଇ ପାରେ, ଏଥିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏଆଇ କ୍ଷେତ୍ରରେ ଏକ ଏମିତି ପ୍ରୟୋଗ ହୋଇଛି , ଯାହାକି ଏକ ଖୁବ୍ ରୋଚକପୂର୍ଣ୍ଣ। ଆମେରିକାର ଇଲିନାୟସରେ ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଗବେଷକମାନେ ଏକ ସ୍ୱତନ୍ତ୍ର ଏଆଇ ପ୍ରୋଗ୍ରାମ ଡିଜାଇନ କରିଛି। ଏହି ପ୍ରୋଗ୍ରାମ ଅନୁସାରେ ଏଆଇ ସାହାଯ୍ୟରେ ରୋବୋଟ ମଧ୍ୟ ତିଆରି କରାଯାଇ ପାରେ। ରୋବୋଟିକ୍ସ କ୍ଷେତ୍ରରେ ଏହାକୁ ଖୁବ୍ କ୍ରାନ୍ତିକାରୀ ପଦକ୍ଷେପ ଭାବେ ମନେକରାଯାଉଛି।
ଗବେଷକମାନେ ଖୁବ୍ ସହଜ ଟାସ୍କର ସହ ନିଜର ଅଭିଯାନର ଆରମ୍ଭ କରିଛନ୍ତି। ସେ ଏଆଇକୁ ଟାସ୍କ ଦେଇଛନ୍ତି କି ସେ ଏକ ଏମିତି ରୋବୋଟ ତିଆରି କଲେ ଯାହା ଫର୍ସରେ ଚାଲିଥାଏ। ରିସର୍ଚ୍ଚରଙ୍କ ଆଶ୍ଚର୍ଯ୍ୟର ସୀମା ରହି ନଥିଲା, ଯେବେ ସେମାନେ ଏହି ରୋବୋଟ ପ୍ରସ୍ତୁତ କରି ଦେଇ ଥିଲେ। ଖାଲି ଏତିକି ନୁହେଁ , ରୋବୋଟ ନିଜର କାମକୁ ଖୁବ୍ ସହଜ ଓ ଗତିର ସହ କରି ପାରୁଛି। ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରାଯାଇ ଥିବା ଭିଡ଼ିଓରେ ଗବେଷକମାନେ ଏଆଇ ଦ୍ୱାରା ତିଆରି କରାଯାଇ ଥିବା ଏହି ରୋବୋଟକୁ ମଧ୍ୟ ଦେଖାଇଛନ୍ତି । ବିଶେଷ କଥା ଏହା କି , ଏହି ରୋବୋଟକୁ ତିଆରି କରିବାରେ ମାତ୍ର ୨୬ ସେକେଣ୍ଡର ହିଁ ସମୟ ଲାଗିଥିଲା।
ରୋବୋଟ ତିଆରି କରିଥିବା ଏଆଇ ପ୍ରୋଗ୍ରାମର କିଛି ସ୍ୱତନ୍ତ୍ର ବି ଅଛି। ଏଥିପାଇଁ କୌଣସି ବଡ଼ ବଡ଼ କମ୍ପ୍ୟୁଟରର ଆବଶ୍ୟକତା ନାହିଁ। ଏହା ପର୍ସନାଲ କମ୍ପ୍ୟୁଟରରେ ମଧ୍ୟ ରନ୍ କରାଯାଇ ପାରେ ।