ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଭିନେତାରୁ ରାଜନେତା ! ନୂଆ ପାର୍ଟି ଲଞ୍ଚ କରିବେ ଥାଲାପତି ବିଜୟ, ୨୦୨୬ ବିଧାନସଭା ନିର୍ବାଚନ ଉପରେ ନଜର

ବେଙ୍ଗାଲୁରୁ: ତାମିଲ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସିନେ ଜଗତର ଜଣେ ବହୁ ଲୋକପ୍ରିୟ ଅଭିନେତା ବିଜୟ ଖୁବଶୀଘ୍ର ରାଜନେତା ଟାଇଟଲ ହାସଲ କରିବେ । ଏପରିକି ବିଜୟ ନିଜର ନୂଆ ରାଜନୈତିକ ଦଳ ଘୋଷଣା କରିବେ ବୋଲି ଜଣାପଡ଼ିଛି । ନୂଆ ଦଳ ଗଢ଼ିବେ ତାମିଲ ଅଭିନେତା ଥାଲାପତି ବିଜୟ । ତାପୂର୍ବରୁ ତାଙ୍କୁ ଦଳର ସଭାପତି ଭାବେ ଚୟନ ମଧ୍ୟ କରାଯାଇଛି । ତେବେ ଫେବୃଆରୀ ପ୍ରଥମ ସପ୍ତାହରେ ବିଜୟ ନିଜର ନୂଆ ଦଳର ପଞ୍ଜିକରଣ କରିପାରନ୍ତି । ଦଳର ନାଁ କଣ ରହିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

 ଅଭିନେତାଙ୍କ ଜଣେ ନିକଟତମ ବ୍ୟକ୍ତିଙ୍କ ସୂଚନା ଆଧାରରେ ଜଣାପଡ଼ିଛି ଯେ, ଦିଲ୍ଲୀରେ ନୂଆ ଦଳର ପଞ୍ଚିକରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ବିଜୟଙ୍କ ନୂଆ ଦଳ ୨୦୨୪ ନୁହେଁ ବରଂ ୨୦୨୬ ବିଧାନସଭା ନିର୍ବାଚନ ଲାଗି ମଞ୍ଚ ପ୍ରସ୍ତୁତ କରୁଛି ବୋଲି କୁହାଯାଉଛି। ସେପଟେ ଅଭିନେତାଙ୍କ ଏକ ପଞ୍ଜିକୃତ ଫ୍ୟାନ କ୍ଲବକୁ ରାଜନୈତିକ ଦଳରେ ପରିବର୍ତ୍ତନ କରାଯାଇପାରେ । କେରଳ ଏବଂ କର୍ଣ୍ଣାଟକରେ ଫ୍ୟାନଙ୍କ ସଂଖ୍ୟାକୁ ନଜରରେ ରଖି ବିଜୟଙ୍କ ଦଳ ତାମିଲନାଡୁ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ନିଜର କାୟା ବିସ୍ତାର କରିପାରେ । 

ଏବେ ନୂଆ ଦଳର ପଞ୍ଜିକରଣ ଲାଗି ପ୍ରକ୍ରିୟା ଚାଲିଥିବା ବେଳେ ୧୦୦ ଜଣ ନିର୍ଦ୍ଦଳୀୟ ଲୋକଙ୍କ ଡକ୍ୟୁମେଣ୍ଟ ଏକତ୍ର କରାଯାଉଥିବା ନେଇ ଅଭିନେତାଙ୍କ ଜଣେ ନିକଟତମ ସହଯୋଗୀ ସୂଚନା ଦେଇଥିବା ଜଣାପଡ଼ିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ବିଜୟ, ଥାଲାପତି ନାଁରେ ବେଶ ପରିଚିତ । ତାମିଲ ସିନେମାରେ ତାଙ୍କୁ ଆଗାମୀ ରଜନୀକାନ୍ତ ବୋଲି ବିବେଚନା କରାଯାଏ । ଆକ୍ସନ ସିନେମାରେ ଦମଦାର ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିଆସିଛନ୍ତି ବିଜୟ ।  ଆଉ ଏବେ ରାଜନେତା ଭାବେ ବିଜୟ ଜନତାଙ୍କ ହୃଦୟରେ ଜାଗା ତିଆରି କରିବାକୁ ଚେଷ୍ଟା କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.