ବେଙ୍ଗାଲୁରୁ ୦୫/୦୯: ଆଉ ପାଦେ ଆଗକୁ ବଢ଼ିଲା ଭାରତର ସୂର୍ଯ୍ୟ ମିଶନ। ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ ଏଲ୍-୧। ସୋମବାର ରାତି ୨ଟା ୪୫ ମିନିଟ୍ରେ ଦ୍ବିତୀୟ ଅର୍ବିଟ୍ ବଦାଲାଇଲା ଆଦିତ୍ୟ। ସଫଳତାର ସହ ସ୍ପେସକ୍ରାଫ୍ଟର କକ୍ଷପଥରେ ସ୍ଥାପନ କରାଇଲା ଇସ୍ରୋ। ଏବେ ଏହା ପୃଥିବୀଠାରୁ ସର୍ବନିମ୍ନ ୨୮୨ କିଲୋମିଟର ଏବଂ ସର୍ବାଧିକ ୪୦୨୫୫ କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର ଅର୍ବିଟ୍ରେ ଘୁରୁଛି । ଏନେଇ ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି ।
Aditya-L1 Mission:
— ISRO (@isro) September 4, 2023
The second Earth-bound maneuvre (EBN#2) is performed successfully from ISTRAC, Bengaluru.
ISTRAC/ISRO's ground stations at Mauritius, Bengaluru and Port Blair tracked the satellite during this operation.
The new orbit attained is 282 km x 40225 km.
The next… pic.twitter.com/GFdqlbNmWg
ଇସ୍ରୋ ସୂଚନା ମୁତାବିକ,ପରବର୍ତ୍ତୀ କକ୍ଷ ପରିବର୍ତ୍ତନ ସେପ୍ଟେମ୍ବର ୧୦ତାରିଖ ରାତି ୨ଟା ୩୦ମିନିଟରେ ହେବ। ଆଦିତ୍ୟ L1କୁ ସେପ୍ଟେବର ୨ ତାରିଖ ଦିନ ୧୧ଟା ୫୦ ମିନିଟ୍ରେ ଶ୍ରୀହରି କୋଟାରୁ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯାଇଥିଲା ।ଏହା ୬୩ ମିନିଟ୍ ୧୯ ସେକେଣ୍ଡ ଭିତରେ ପୃଥିବୀର ନିମ୍ନ କକ୍ଷପଥରେ ପହଞ୍ଚିଯାଇଥିଲା ।୪ ମାସ ଧରି ଯାତ୍ରା କରିବା ପରେ ଏବା ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂର ଲାଙ୍ଗରାଞ୍ଜ ପଏଣ୍ଟ -୧ରେ ପହଞ୍ଚିବ । ସେଠାରେ ଏକ ନିର୍ଦିଷ୍ଟ କକ୍ଷପଥରେ ଘୁରିବା ସହ ସୂର୍ଯ୍ୟ ସମ୍ପର୍କରେ ଅଧିକ ପରୀକ୍ଷଣ କରିବ ।
ଉଲ୍ଲେଖ ଯୋଗ୍ୟ ଯେ, ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶର ପାଣିପାଗ ସମ୍ପର୍କରେ ଆଦିତ୍ୟ ଏଲ୍-୧ ଅଧ୍ୟୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁମଣ୍ଡଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହକାଶ ଯାନ ଅଧ୍ୟୟନ କରିବ । ଯେଉଁ ସୌରଜଗତରେ ଆମର ପୃଥିବୀ ରହିଛି ତାର କେନ୍ଦ୍ର ହେଉଛି ସୂର୍ଯ୍ୟ । ସେଥିପାଇଁ କୁହାଯାଏ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ପୃଥିବୀ ସମେତ ସମସ୍ତ ୮ଟି ଯାକ ଗ୍ରହ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ସୂର୍ଯ୍ୟ ଯୋଗୁ ହିଁ ପୃଥିବୀରେ ଜୀବଜଗତ ସମ୍ଭବ ହୋଇପାରିଛି ।