ବେଙ୍ଗଳୁରୁ, ୧୫/୦୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ସ୍ପେସ୍ କ୍ରାଫ୍ଟ ଆଦିତ୍ୟ-ଏଲ୍ ୧ ଚତୁର୍ଥଥର ଲାଗି କକ୍ଷପଥ ପରିବର୍ତ୍ତନ କରିଛି । ସୋସିଆଲ୍ ମିଡିଆରେ ଏ ସୂଚନା ଦେଇଛି ଇସ୍ରୋ । କକ୍ଷପଥ ପରିବର୍ତ୍ତନ ସହ ଆଦିତ୍ୟ ଏଲ୍-୧ ଏବେ ୨୫୬ କିଲୋମିଟର X ୧୨୧୯୭୩ କିଲୋମିଟର କକ୍ଷପଥରେ ରହିଛି ।
ଯେଉଁଠୁ ପୃଥିବୀଠାରୁ ଆଦିତ୍ୟ ଏଲ୍-୧ ସର୍ବନିମ୍ନ ୨୫୬ କିଲୋମିଟର ଦୂରରେ ରହିଥିବା ବେଳେ ସର୍ବାଧିକା ଦୂରତା ୧ ଲକ୍ଷ ୨୧ ହଜାର ୯୭୩ କିଲୋମିଟର । ୧୯ ତାରିଖ ରାତି ୨ଟାରେ ଆଦିତ୍ୟ ଏଲ୍-୧ ପଞ୍ଚମଥର ଲାଗି ପୃଥିବୀର କକ୍ଷପଥ ପରିବର୍ତ୍ତନ କରିବ । ତାପରେ ପୃଥିବୀର କକ୍ଷପଥ ଛାଡ଼ି ଲ୍ୟାଙ୍ଗ୍ରେଜ୍ ପଏଣ୍ଟ-୧ ଆଡ଼କୁ ଯାତ୍ରା କରିବ ।
Aditya-L1 Mission:
— ISRO (@isro) September 14, 2023
The fourth Earth-bound maneuvre (EBN#4) is performed successfully.
ISRO's ground stations at Mauritius, Bengaluru, SDSC-SHAR and Port Blair tracked the satellite during this operation, while a transportable terminal currently stationed in the Fiji islands for… pic.twitter.com/cPfsF5GIk5
ପୃଥିବୀଠାରୁ ଲ୍ୟାଙ୍ଗ୍ରେଜ୍ ପଏଣ୍ଟ-୧ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବା ବେଳେ ସୂର୍ଯ୍ୟଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ଏହା ପୂର୍ବରୁ ସେପ୍ଟେମ୍ବର ୩, ୫ ଓ ୧୦ରେ ଆଦିତ୍ୟ ଏଲ୍-୧ ସଫଳତାର ସହ ପୃଥିବୀର କକ୍ଷପଥ ପରିବର୍ତ୍ତନ କରିଥିଲା । ପଞ୍ଚମଥର ପାଇଁ କକ୍ଷପଥ ପରିବର୍ତ୍ତନ ପରେ ୧୧୦ ଦିନ ଯାତ୍ରା ପରେ ଲ୍ୟାଙ୍ଗ୍ରେଜ୍ ପଏଣ୍ଟ-୧ରେ ପହଞ୍ଚିବ ଆଦିତ୍ୟ ଏଲ୍-୧ ।
ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍ ରେଢ଼ାଖୋଲ ଷ୍ଟେସନଠାରେ ରହିବ
ପ୍ରଥମ ଲଗରେଞ୍ଜ ପଏଣ୍ଟ ପୃଥିବୀ ଠାରୁ ୧୫ ଲକ୍ଷ କିମି. ଦୂରରେ ଅବସ୍ଥିତ । ସେଠାରେ ଯଦି କୌଣସି ବସ୍ତୁ ରଖାଯାଏ ତାହା ସେହି ପଏଣ୍ଟକୁ ଚକ୍କର କାଟିବା ଆରମ୍ଭ କରିବ । ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶର ପାଣିପାଗ ସମ୍ପର୍କରେ ଆଦିତ୍ୟ ଏଲ୍-୧ ଅଧ୍ୟୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁମଣ୍ଡଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହକାଶ ଯାନ ଅଧ୍ୟୟନ କରିବ ।
ଯେଉଁ ସୌରଜଗତରେ ଆମର ପୃଥିବୀ ରହିଛି ତାର କେନ୍ଦ୍ର ହେଉଛି ସୂର୍ଯ୍ୟ । ସେଥିପାଇଁ କୁହାଯାଏ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ପୃଥିବୀ ସମେତ ସମସ୍ତ ୮ଟି ଯାକ ଗ୍ରହ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ସୂର୍ଯ୍ୟ ଯୋଗୁ ହିଁ ପୃଥିବୀରେ ଜୀବଜଗତ ସମ୍ଭବ ହୋଇପାରିଛି ।