ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ସନି ଦେଓଲଙ୍କ ସହ ବଲିଉଡରେ ପାଦ ଥାପିଥାନ୍ତେ ଐଶ୍ୱର୍ଯ୍ୟା ରାୟ , ଫିଲ୍ମର ଗୀତ ବି ସୁଟିଂ ସରିଥିଲା ...

ମୁମ୍ୱାଇ : ସନି ଦେଓଲଙ୍କ ଗଦର-୨ ପ୍ରଥମ ପାର୍ଟ ଭଳି ସଫଳତା ଦୋହରାଇବାରେ ହୋଇଛି ସଫଳତା। ତାରା ସିଂହ ଓ ସକିନାଙ୍କ ଯୋଡ଼ି ପୁଣି ଥରେ ପରଦାରେ କରିଛି କମାଲ। ଯାହାକୁ ଦେଖି ପ୍ରଶଂସକଙ୍କର ପୁଣି ପୁରୁଣା ଦିନ ମନେପଡ଼ି ଯାଇଛି। ଫିଲ୍ମ ହଲ୍‌ରେ ଲୋକଙ୍କ ଖୁବ୍‌ ଭିଡ଼ ଜମିଛି ଏବଂ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୫୦୦କୋଟି ଟଙ୍କାରୁ ଅଧିକ ଆୟ କରିବାରେ ସଫଳ ହୋଇଛି। ଫିଲ୍ମ ବିଶେଷଜ୍ଞଙ୍କ ଠାରୁ ନେଇ ମେକରଙ୍କ ଯାଏ ଉକ୍ତ ସଫଳତାକୁ ଖୁବ୍‌ ଉପଭୋଗ କରୁଛନ୍ତି। ଫିଲ୍ମର ରିଲିଜ୍‌ ପରେ ମଧ୍ୟ ସନି ଦେଓଲ ଏହାର ପ୍ରମୋସନରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି।

ବକ୍ସ ଅଫିସ୍‌ରେ ଧମାଲ ପରେ ଓସ୍କାରକୁ ଯିବ Gadar-2, ନିର୍ମାତା ଆରମ୍ଭ କଲେ ପ୍ରସ୍ତୁତି

ଏହି କ୍ରମରେ ସନି ଦେଓଲ ଏକ ଟିଭି ଶୋ’ରେ ପହଞ୍ଚି ଥିଲେ , ଯେଉଁଠି ସେ ଗଦର-୨ ବ୍ୟତୀତ ଏକ ଅନ୍ୟ ଫିଲ୍ମ ବିଷୟରେ ମଧ୍ୟ କହିଥିଲେ। ସନି ଦେଓଲ କହିଥିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବାର ଥିଲା। 

ଟିଭି ଶୋ ଆପ୍ କି ଅଦାଲତ ରେ ସନି କହିଥିଲେ , ଇଣ୍ଡିଆନ ନାମକ ଏକ ଫିଲ୍ମ ତିଆରି ହେବାର ଥିଲା। ଫିଲ୍ମର ଅନେକ ଭାଗ ସୁଟ୍‌ ହୋଇ ସାରିଥିଲା। ଏହାର ଗୀତ ମଧ୍ୟ ସୁଟିଂ ହୋଇଥିଲା , ଯେଉଁଥିରେ ଥିଲେ ଐଶ୍ୱର୍ଯ୍ୟା ରାୟ। ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା। ଆମେ ଗୀତ ସବୁ ସୁଟ୍‌ କରି ଦେଇଥିଲୁ , କିନ୍ତୁ ଏହାପରେ ବଜେଟ୍‌ ସମ୍ୱନ୍ଧୀୟ ସମସ୍ୟା ହୋଇଥିଲା। 

ଏହାପରେ ଐଶ୍ୱର୍ଯ୍ୟ ୧୯୯୭ ମସିହାରେ ମଣିରତ୍ନମଙ୍କର ତାମିଲ ଫିଲ୍ମ ଇରୁବର ରୁ ଆକ୍ଟିଂରେ ପାଦ ଥାପି ଥିଲେ। ଏହି ବର୍ଷ ସେ ବଲିଉଡ୍‌ରେ ପ୍ରଥମ ଫିଲ୍ମ ଔର୍‌ ପ୍ୟାର୍‌ ହୋଇ ଗୟା କରିଥିଲେ। ଐଶ୍ୱର୍ଯ୍ୟଙ୍କ ଅପୋଜିଟ୍‌ରେ ଫିଲ୍ମରେ ବବି ଦେଓଲ ଥିଲେ। ଏହାକୁ ରାହୁଲ ରୱେଲ ନିର୍ଦ୍ଦେଶନା ଦେଇଥିଲେ। 

ସନି ଦେଓଲ ୨୦୦୧ ମସିହାରେ ଇଣ୍ଡିଆନ ନାମରେ ଅନ୍ୟ ଏକ ଫିଲ୍ମରେ କାମ କରିଥିଲେ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଥିଲେ। 

ଅଣ୍ଡରୱାର୍ଲ୍ଡ ସାମନାରେ ବି ମୁଣ୍ଡ ନୁଆଁଇ ନଥିଲେ ଶାହରୁଖ ; କହିଲେ – ଗୁଳି ମାରିଦିଅ , ହେଲେ …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.