ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଉପହାର ଦେଲେ ଖିଲାଡ଼ି କୁମାର, ୱେଲ୍‌କମ-୩’ର କଲେ ଘୋଷଣା

ମୁମ୍ବାଇ ୧୦/୦୯: ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍‌ର ଖିଲାଡ଼ି କୁମାର । ଏ ଅବସରରେ ଫ୍ୟାନ୍‌ଙ୍କୁ ସେ ଏକ ବଡ଼ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଗତ ଶନିବାର ନିଜର ଅପ୍‌କମିଙ୍ଗ ଫିଲ୍ମ ‘ୱେଲ୍‌କମ୍‌-୩ ଘୋଷଣା କରିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି ।  ଭିଡିଓରେ ଫିଲ୍ମର ମୁଖ୍ୟ ୨୫ ଜଣ କଳାକାର ନଜର ଆସିଛନ୍ତି । ଆସନ୍ତା ବର୍ଷ ଡିସେମ୍ବର ୨୦ ତାରିଖ କ୍ରିସ୍‌ମାସ ଅବସରରେ ଫିଲ୍ମଟି ମୁକ୍ତିଲାଭ କରିବ । ଭିଡିଓରେ ଫିଲ୍ମ ବିଷୟରେ ଘୋଷଣା କରି ଅକ୍ଷୟ ଲେଖିଛନ୍ତି ‘ନିଜକୁ ଓ ଆପଣ ସମସ୍ତଙ୍କୁ ଆଜି ଜନ୍ମଦିନ ଉପହାର ଦେଉଛି । ଯଦି ଆପଣଙ୍କୁ ଏହା ପସନ୍ଦ ଆସିବ ଓ ଆପଣ ଧନ୍ୟବାଦ କହିବେ, ତେବେ ମୁଁ କହିବିୱେଲ୍‌କମ-୩ । ତେବେ ଗତ ଦୁଇ ଦିନରେ ଅକ୍ଷୟ ଦୁଇଟି ଫିଲ୍ମ ଘୋଷଣା କରିଛନ୍ତି । ଗତ ୭ ତାରିଖରେ ସେ ‘ମିଶନ୍‌ ରାନୀଗଞ୍ଜ ଫିଲ୍ମ ଘୋଷଣା କରିଥିଲେ ।

ୱେଲ୍‌କମର ୩ୟ ସଂସ୍କରଣ ଜଙ୍ଗଲ ଥିମ୍‌ ଉପରେ ପର୍ଯ୍ୟବସିତ । ଏହି ଫିଲ୍ମ ଜରିଆରେ ଦୀର୍ଘ ୨୦ ବର୍ଷ ପରେ ଅକ୍ଷୟଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ‘ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନ । ଉଭୟଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ସଂଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅରଶଦ ୱାରସି, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟସ ତଲପଡ଼େ, କୃଷ୍ଣା ଅଭିଷେକ, କିକୁ ଶାରଦା, ଦଲେର ମେହନ୍ଦି, ମିକା ସିଂହ, ରାହୁଲ ଦେବ, ମୁକେଶ ଋଷି, ଶାରିବ ହାଶମି, ଇନାମୁଲ ହକ, ଜାକିର ହୁସେନ, ୟଶପାଲ ଶର୍ମା, ଲାରା ଦତ୍ତା, ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌, ଦିଶା ପଟାନି । 



ଭିଡିଓରେ ସମସ୍ତ କଳାକାର ଜଙ୍ଗଲରେ ଅସ୍ତ୍ର ଧରି ଠିଆ ହୋଇଛନ୍ତି ଏବଂ ସମବେତ କଣ୍ଠରେ ଗୀତ ଗାଉଛନ୍ତି । ସମସ୍ତେ ପରସ୍ପରକୁ ଥଟ୍ଟା କରୁଛନ୍ତି । ଶେଷରେ ଦିଶା ଏକ ଗ୍ରେନେଡ୍‌ ଖୋଲିଛନ୍ତି, ଯାହା ଫାଟିଛି । ଏହା ପୂର୍ବରୁ ୨୦୦୭ ଓ ୨୦୧୫ରେ ‘ୱେଲ୍‌କମର ଦୁଇଟି ସଂସ୍କରଣ ରିଲିଜ୍‌ ହୋଇଥିଲା । ଉଭୟର ନିର୍ଦ୍ଦେଶନା ଦେଇଥିଲେ ଅନୀସ ବଜ୍‌ମୀ । ଏଥର କିନ୍ତୁ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି ଅହମଦ ଖାନ୍‌ । କାହାଣୀ ଲେଖିଛନ୍ତି ଫରହାଦ ସାମଜୀ ।

Copyright © 2022 - Summa Real Media Private Limited. All Rights Reserved.