ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା ଚଳଚ୍ଚିତ୍ରର ନାଁ

Image Courtesy: aajtak

ମୁମ୍ବାଇ, ୦୬/୦୯: ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ମିଶନ ରାଣୀଗଞ୍ଜ: ଦ ଗ୍ରେଟ୍‌ ଇଣ୍ଡିଆ ରେସକ୍ୟୁ’ର ନାମ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିନ ପରେ ଫିଲ୍ମର ଟାଇଟଲ ହୋଇଛି ‘ମିଶନ ରାଣୀଗଞ୍ଜ: ଦ ଗ୍ରେଟ୍‌ ଭାରତ ରେସକ୍ୟୁ’।

ଓଡ଼ିଆ ଚଳଚ୍ଚିତ୍ରର ୮୭ ବର୍ଷ ପରେ ପ୍ରତିଷ୍ଠା ହେବ ଫିଲ୍ମ ଆର୍କାଇଭ୍‌ସ, ଖୁବ୍‌ଶୀଘ୍ର କଟକରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆ ସ୍ଥାନରେ ରହିଛି ଭାରତ । ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ ହେବା ସହ ନିର୍ମାତା ଫିଲ୍ମର ନାମ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଫିଲ୍ମର ପ୍ରଥମ ମୋସନ ପୋଷ୍ଟର ଅକ୍ଷୟ କୁମାର ସେୟାର କରିଛନ୍ତି ।  ଫିଲ୍ମର ପୋଷ୍ଟାରରେ ଅକ୍ଷୟ କୁମାରଙ୍କୁ ମାଇନିଂ ଇଞ୍ଜିନିୟର ଯଶଓ୍ବନ୍ତ ସିଂହଙ୍କ ଭୁମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ଯଶଓ୍ବନ୍ତଙ୍କ ସାହସିକାତା ଉପରେ ଆଧାରିତ । 



ତେବେ ଦେଶରେ ଏବେ ଇଣ୍ଡିଆ ବନାମ ଭାରତ କଳି ଜୋର ଧରିଛି । ଦେଶର ନାମ ପରିବର୍ତ୍ତନକୁ ନେଇ ରାଜନୀତି ତୀବ୍ର ହେଉଥିବା ବେଳେ ଅକ୍ଷୟ କୁମାର ନିଜ ଫିଲ୍ମର ନାମ ପରିବର୍ତ୍ତନ କରିଛନ୍ତି । ଏହା ପୂର୍ବରୁ ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା।  

ଅନ୍ୟପଟେ ମିଶନ ରାଣୀଗଞ୍ଜର ଟାଇଟଲ ପୂର୍ବରୁ ମଧ୍ୟ ବଦଳିଛି । ଫିଲ୍ମର ଘୋଷଣା ସମୟରେ ଏହାର ନାଁ ଥିଲା କ୍ୟାପ୍ସୁଲ ଗିଲ୍‌ । ପରେ ଦି ଗ୍ରେଟ ରେସକ୍ୟୁ । ତାପରେ ଫିଲ୍ମର ନାଁ ହୋଇଥିଲା ‘ମିଶନ ରାଣୀଗଞ୍ଜ: ଦ ଗ୍ରେଟ୍‌ ଇଣ୍ଡିଆ ରେସକ୍ୟୁ’ । ଆଉ ଏବେ ‘ମିଶନ ରାଣୀଗଞ୍ଜ: ଦ ଗ୍ରେଟ୍‌ ଭାରତ ରେସକ୍ୟୁ’ ନାମରେ ନାମିତ ହୋଇଛି ଫିଲ୍ମ । 

You can also read: ବିବାହ ପ୍ରଶ୍ନକୁ ନେଇ ରାଗିଗଲେ ତମନ୍ନା, ଫ୍ୟାନ୍ସଙ୍କୁ କହିଦେଲେ ଏମିତି କିଛି

Akshay Kumar
India vs India

Copyright © 2022 - Summa Real Media Private Limited. All Rights Reserved.