ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକାରେ ପ୍ରଥମ: ନାଇଟ୍ରୋଜେନ୍‌ ଗ୍ୟାସ ଦ୍ବାରା କଏଦୀକୁ ମୃତ୍ୟୁ ଦଣ୍ଡ, ସମାଲୋଚନାର ଶିକାର ହେଲେ ସରକାର

Image Courtesy: cbsnews

ଓ୍ବାଶିଂଟନ: ଆମେରିକାରେ ପ୍ରଥମ ଥର ଜଣେ ହତ୍ୟା ଅପରାଧୀକୁ ନାଇଟ୍ରୋଜେନ୍‌ ଗ୍ୟାସ ଶୁଙ୍ଘାଇ ମୃତ୍ୟୁଦଣ୍ଡ ଦେଇଛନ୍ତି ଆମେରିକା ସରକାର । ବୁଧବାର ରାତି ୮ଟା ୨୫ ମିନିଟରେ ଅପରାଧୀର ମୁହଁରେ ମାସ୍କ ଲଗାଇ ନାଇଟ୍ରୋଜେନ ଗ୍ୟାସ୍‌ ଦିଆଯାଇଥିଲା । ଶରୀରରେ ଅମ୍ଳଜାନର ମାତ୍ରା କମ୍‌ ହେବା ସହ ଛଟପଟ ହୋଇ କଏଦୀର ଜୀବନ ଚାଲିଯାଇଥିଲା । ମୃତ୍ୟଦଣ୍ଡ ମିଳିଥିବା ଅପରାଧୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମାରିବା ପରେ ଆମେରିକା ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । 

ଆମେରିକାର ଆଲବାମାରେ ଜଣେ ହତ୍ୟା ଅପରାଧୀକୁ ପ୍ରଥମ ଥର ନାଇଟ୍ରୋଜେନ୍‌ ଗ୍ୟାସ ଶୁଙ୍ଘାଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଆଉ ଏହା ସହ ଆମେରିକାରେ ମୃତ୍ୟୁଦଣ୍ଡକୁ ନେଇ ପୁଣି ଥରେ   ମୁଣ୍ଡଟେକିଛି ବିବାଦ । ରାଜ୍ୟ ପ୍ରଶାସନ ଏହାକୁ ମାନବୀୟ ପ୍ରକ୍ରିୟା କହିଥିବା ବେଳେ ସମାଲୋଚକଙ୍କ ମତରେ ଏହା ପ୍ରଶାସନର କ୍ରୁର ଏବଂ ପ୍ରୟୋଗାତ୍ମକ ପଦ୍ଧତି । ଅଧିକାରୀଙ୍କ ଅନୁସାରେ ୫୮ ବର୍ଷୀୟ ଅପରାଧୀ କେନେଥ ୟୁଜିନ ସ୍ମିଥକୁ ଫେସମାସ୍କ ଜରିଆରେ ନାଇଟ୍ରୋଜେନ୍‌ ଗ୍ୟାସ ଶୁଙ୍ଘିବାକୁ ଦିଆଯାଇଥିଲା । ଫଳରେ ତାର ଶରୀରରେ ଅକ୍ସିଜେନର ମାତ୍ରା କମିଥିଲା ଏବଂ ତାର ମୃତ୍ୟୁ ହୋଇଥିଲା । 

ଆମେରିକାରେ ୧୯୮୨ ମସିହାରୁ ଘାତକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ନାଇଟ୍ରୋଜେନ ଶୁଙ୍ଘାଇ ମୃତ୍ୟଦଣ୍ଡ ଦେବା ନେଇ ଏହି ମାମଲା ଆମେରିକାରେ ପ୍ରଥମ । କେନେଥ ୟୁଜିନ୍‌ ଜଣେ ବ୍ୟକ୍ତିଙ୍କ ସୁପାରୀ ନେଇ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା । ୧୯୮୮ର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ମିଥକୁ ୨୦୨୨ରେ ମୃତ୍ୟୁଦଣ୍ଡ ଦିଆଯିବା କଥା । କିନ୍ତୁ କୌଣସି ଟେକନିକାଲ୍‌ ତ୍ରୁଟି ଯୋଗୁଁ ସେବେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇନଥିଲା । ଏଭଳି ମୃତ୍ୟୁଦଣ୍ଡ ପ୍ରକ୍ରିୟା ବିରୋଧରେ ସ୍ମିଥ କୋର୍ଟରେ ଅପିଲ କରିଥିଲେ । ହେଲେ ତାର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ଏହା ପରେ ତାକୁ ନାଇଟ୍ରୋଜେନ୍‌ ଗ୍ୟାସ ଶୁଙ୍ଘାଇ ମୃତ୍ୟୁଦଣ୍ଡ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.