ପ୍ରମୂଖ ଖବର

ଗୁରୁଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ : ଛାତ୍ରୀଙ୍କ ପ୍ରତି ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ବିଦ୍ୟାଳୟରେ ଉତ୍ତେଜନା

ମାଲକାନଗିରି,୬/୨(ଆପ୍ର): ଗୁରୁଶିଷ୍ୟ  ପରମ୍ପରା ରେ ଲାଗିଛି କଳଙ୍କର ଛିଟା । ବିଦ୍ୟାଳୟର ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗ କରି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କରିଛନ୍ତି ହଙ୍ଗମା । ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ଏକ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ର ଶିକ୍ଷକ ବିଭୁତି ଭୂଷଣ ପଣ୍ଡା ଙ୍କ ବିରୋଧ ରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟର ଜନୈକ ଛାତ୍ରୀ । ଅଭିଯୋଗ ପରେ  ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକ ବିଭୁତି ଭୁଷଣ ପଣ୍ଡାଙ୍କୁ ଛାତ୍ରୀଙ୍କୁ ଅସଦାଚରଣ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ବସି ରହିଥିଲେ ଛାତ୍ରଛାତ୍ରୀ।

 ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ହେଲା ଗତ ଡିସେମ୍ବର ମାସରେ ଅଲ୍ ଇଣ୍ଡିଆ ଇଏମ୍ଆର୍ ଏସ  ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟ ରେ କର୍ଣ୍ଣାଟକରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା। ସେଥିପାଇଁ ମାଲକାନଗିରିର ଉକ୍ତ ବିଦ୍ୟାଳୟରରୁ କବାଡି ଓ ଖୋକ ଖେଳ ପାଇଁ ଅଂଶ ଗ୍ରହଣ କରିବା ପାଇଁ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ଖେଳ ପ୍ରାକ୍ଟିସ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ।

 ଏହି ଛାତ୍ର ଛାତ୍ରୀ  ଶିକ୍ଷକ ବିଭୁତି ଭୂଷଣ ପଣ୍ଡା ସାଙ୍ଗରେ ଦାୟିତ୍ଵ ରେ ରହିଥିଲେ । ସେଠାରେ କିଛି ଦିନ ଖେଳ ପାଇଁ ପ୍ରାକ୍ଟିସ ଚାଲିଥିଲା । କୌଣସି କାରଣରୁ କର୍ଣ୍ଣାଟକରେ ହେବା କୁ କ୍ରୀଡା ପ୍ରତିଯୋଗିତା ବନ୍ଦ ହୋଇଗଲା ।ଦାୟିତ୍ଵ ରେ ଥିବା ଶିକ୍ଷକ ବିଭୁତି ଭୁଷଣ ପିଲା ଙ୍କୁ ନେଇ  ଟ୍ରେନ ରେ ଫେରୁଥିଲେ ।ଟ୍ରେନ ଭିତରେ ଜୈନିକ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବାର ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । କିଛି ଦିନ ବିତିଗଲା ପରେ ପୀଡ଼ିତା ଛାତ୍ରୀ ଭୟରେ ଘଟଣା ସଂପର୍କ ରେ କାହାରିକୁ କହି ନଥିଲେ । ପୀଡ଼ିତା ଛାତ୍ରୀ ନିଜ ସାଙ୍ଗ ସାଥି ଙ୍କୁ ସମସ୍ତ ଘଟଣା ସଂପର୍କ ରେ କହିଲା ପରେ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଛାତ୍ର ମାନେ ଆଜି ଅଭିଯୁକ୍ତ ଶିକ୍ଷକଙ୍କୁ ଘେରିଥିଲେ ଏବଂ ଶିକ୍ଷକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ।ପୂର୍ବରୁ ବହୁବାର ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।ତେଣୁ ଅଭିଯୁକ୍ତ ଶିକ୍ଷକଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ର ଛାତ୍ରୀ ମାନେ ଅଡ଼ି ବସିଛନ୍ତି ।ଅନ୍ୟ ପକ୍ଷ ରେ ପ୍ରଶାସନ ପକ୍ଷ ରୁ ଘଟଣା ର ସୂଚନା ପାଇ ଜିଲ୍ଲା ମଙ୍ଗଳଧିକାରୀ ପ୍ରଫୁଲ୍ଲ କୁମାର ଭୂଜବଳ, ଜେନା ମଣି  ଓ ମାଲକାନଗିରି ଥାନା ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ପିଲା ଙ୍କୁ ପଚରା ଉଚୁରା କରି ତଦନ୍ତ ଆରମ୍ଭ  କରିଛନ୍ତି।

ଆହୁରି ପଢନ୍ତୁ : ରିଲ୍ସ ନିଶା ହେଲା କାଳ : ଝରଣାରେ ନାଚୁଥିବା ବେଳେ ଦୁଇ ଯୁବତୀ ପାଣିରେ ଭାସିଗଲେ , ଯୁବତୀଙ୍କୁ ଉଦ୍ଧାର କଲେ ଡ୍ରାଇଭର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.