ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ତାଇୱାନକୁ ଲଗାତାର ଅସ୍ତ୍ରଶସ୍ତ୍ର ପଠାଉଛି ଆମେରିକା, ଚୀନ୍ ବିପକ୍ଷରେ ବଡ଼ ଯୋଜନା କରୁଛନ୍ତି କି ବାଇଡେନ୍ ?

ନୂଆଦିଲ୍ଲୀ, ୧୧/୧୧: ଚୀନ୍, ତାଇୱାନକୁ ନିଜର କ୍ଷେତ୍ର କହୁଛି । ଆଉ ତାଇୱାନ ମାମଲାରେ ଅନ୍ୟ କୌଣସି ଦେଶ ମୁଣ୍ଡ ପୂରାଇଲେ ବିବ୍ରତ ହୋଇ ପଡ଼ୁଛି ଡ୍ରାଗନ । ଅନ୍ୟପଟେ ତାଇୱାନ୍ ନିଜକୁ ସ୍ୱାଧୀନ ରାଷ୍ଟ୍ର କହୁଛି । ତାଇୱାନର ନିଜସ୍ୱ ସମ୍ଭିଧାନ ରହିଥିବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାରେ ନିର୍ବାଚିତ ସରକାର ମଧ୍ୟ ରହିଛି ।

ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଲାଗି ତାଇୱାନ୍ ବହୁତ ଗୁରୁତ୍ୱବହନ କରିଛି । ଏହା ପଛରେ ରହିଛି ୨ଟି କାରଣ । ପ୍ରଥମଟି ହେଉଛି ତାଇୱାନର ଭୌଗଳିକ ଅବସ୍ଥିତି । ପ୍ରଶାନ୍ତ ମହାସାଗରରେ ଅନେକ ଦ୍ୱୀପ ରହିଥିବା ବେଳେ ତାଇୱାନ୍ ହେଉଛି ଫାର୍ଷ୍ଟ ଆଇଲାଣ୍ଡ ଚେନ୍ । ଯଦି ଚୀନ୍, ତାଇୱାନ୍ ଉପରେ କବଜା କରିନିଏ ତାହେଲେ ପ୍ରଶାନ୍ତ ମହାସାଗରରେ ଡ୍ରାଗନର ଶକ୍ତି ଆହୁରି ବୃଦ୍ଧି ପାଇବ । 

ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହେବ, ୧୫ରୁ ପାଗ ବଦଳିବ: ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା

ଅନ୍ୟଟି ହେଉଛି ଅର୍ଥ ବ୍ୟବସ୍ଥା । ବିଶ୍ୱ ଅର୍ଥନୀତିରେ ତାଇୱାନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତାଇୱାନରେ ନିର୍ମାଣ କରାଯାଉଥିବା ଚିପ୍ ଦୁନିଆର ଆବଶ୍ୟକତା ପୂରଣ କରିଥାଏ । ବିଶ୍ୱର ୧୩ଟି ଦେଶ ତାଇୱାନକୁ ସ୍ୱାଧୀନ ରାଷ୍ଟ୍ର ମାନିବା ସହ ସାର୍ବଭୌମତ୍ୱକୁ ସମ୍ମାନ ଦେଇଥାନ୍ତି ।

ନିକଟରେ ଆମେରିକା, ତାଇୱାନକୁ ସୈନ୍ୟ ଅସ୍ତ୍ରଶସ୍ତ୍ର କିଣିବା ଲାଗି ୮ କୋଟି ଡଲାର ସହାୟତା ଦେଇଥିଲା । ଆମେରିକାର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲା ଚୀନ୍ । ଡ୍ରାଗନର ବିରୋଧକୁ ଚୀନ୍ ନିନ୍ଦା କରିଥିଲା । ତେବେ ତାଇୱାନକୁ ଆମେରିକା ଦେଇଥିବା ସହାୟତା ରାଶି ଅଧିକ ହୋଇ ନଥିଲେ ବି ଦୁନିଆରେ ଧ୍ୟାନ ଆକର୍ଷଣ ପାଇଁ ଚୀନ ପ୍ରଚେଷ୍ଟା କରିଥିଲା । ଏହା ପୂର୍ବରୁ ଆମେରିକାକୁ ୧୪ ଅରବ ଡଲାର ସୈନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ତାଇୱାନ୍ ଅର୍ଡର ଦେଇଥିଲା ।

ଦିନିକିଆ ବିଶ୍ୱକପ୍‌-୨୦୨୩: ଇଡେନ ଗାର୍ଡେନ୍ସରେ ପାକିସ୍ତାନ- ଇଂଲଣ୍ଡ ଫାଇଟ୍, ସବୁ ଶକ୍ତି ଖଟାଇବ ବାବର ବାହିନୀ

ରିପୋର୍ଟ ଅନୁସାରେ, ତାଇୱାନକୁ ଆମେରିକା ବିନା ସର୍ତ୍ତରେ ଅର୍ଥ ରାଶି ସହାୟତା କରୁଥିବାରୁ ଚୀନ୍ ବିରୋଧ କରୁଛି । ଏହାଛଡ଼ା ଆମେରିକା, ତାଇୱାନକୁ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉଛି । ଏମିତି ବି କୁହାଯାଏ, ତାଇୱାନକୁ ଆମେରିକା ଅସ୍ତ୍ରଶସ୍ତ୍ର ଦେଇ ଚୀନ୍ ବିରୋଧରେ ପ୍ରସ୍ତୁତ କରୁଛି ।

Copyright © 2022 - Summa Real Media Private Limited. All Rights Reserved.