ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ତୁରୁମୁଙ୍ଗା,୧୫/୯ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ପୋଖରୀ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତା ବୃଦ୍ଧା ଜଣଙ୍କ ଚିଲିଦା ବେହେରା ସାହିର ଶ୍ରଦ୍ଧାମଣୀ ମହାନ୍ତ (୮୦) ବୋଲି ଜଣାପଡ଼ିଛି। 

ଘଟଣା ଅନୁଯାୟୀ, ସେ ସନ୍ଧ୍ୟାରେ ପୋଖରୀକୁ ଶୌଚ ହେବା ପାଇଁ ଯାଉଥିବା ସମୟରେ ତାଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।  ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଖବରପାଇ ତୁରୁମୁଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

accident

Copyright © 2022 - Summa Real Media Private Limited. All Rights Reserved.