ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀତୀଶ କୁମାରଙ୍କ ପାଇଁ କ୍ଷତି ସହିବ ଏନଡିଏ, ଇଣ୍ଡିଆ ମେଣ୍ଟକୁ ଫାଇଦା ହେବ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ ବର୍ଷିଛନ୍ତି । ନୀତୀଶ କୁମାରଙ୍କୁ ସେଠାକୁ(ବିଜେପି) ଯିବାର ନଥିଲା ବୋଲି କେଜ୍ରିଓ୍ବାଲ କହିଛନ୍ତି । ନୀତୀଶ  କିଛି ଠିକ୍‌ କଲେ ନାହିଁ ଏବଂ ସେ ଭୁଲ କରିଛନ୍ତି ବୋଲି କହିଛନ୍ତି ଆପ୍‌ ମୁଖ୍ୟ କେଜ୍ରିଓ୍ବାଲ । ଏପରିକି ନୀତୀଶ କୁମାରଙ୍କ ନିଷ୍ପତ୍ତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିବା ସହ ବିହାରରେ ଏଥିଲାଗି ଏନଡିଏକୁ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି । 

 କେବଳ ସେତିକି ନୁହେଁ ଇଣ୍ଡିଆ ମେଣ୍ଟକୁ ଏହା ଫାଇଦା ଦେବ ବୋଲି ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ଯେତିକି ଚିନ୍ତା   କରିଛି ଏବଂ ଲୋକମାନଙ୍କ ପ୍ରତିକ୍ରିୟା ମିଳୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ ଏନଡିଏକୁ ବଡ଼ କ୍ଷତି ସହିବାକୁ ପଡ଼ିବ। କାଲି ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ଆସିବ ଏବଂ ଇଣ୍ଡିଆ ମେଣ୍ଟ ଲାଗି ବଡ଼ ବିଜୟର ସନ୍ଦେଶ ଆସିବ ବୋଲି କେଜ୍ରିଓ୍ବାଲ କହିଛନ୍ତି । 

ଏହା ପୂର୍ବରୁ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ମଧ୍ୟ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ନୀତୀଶ କୁମାର କେଉଁ ଦଳର ସାଥ ଦେଇଛନ୍ତି ତାଙ୍କୁ ଜଣାନାହିଁ । ଏହା ବ୍ୟତୀତ ଅମିତ ଶାହ ଏବଂ ପିଏମ ମୋଦୀଙ୍କ ଉପରେ ସେ ବର୍ଷିଛନ୍ତି । ମୁଖପତ୍ର ‘ସାମନା’ ସଂପାଦକୀୟରେ ଶିବସେନା ପକ୍ଷରୁ ଲେଖଯାଇଛି ଯେ, ବିଜେପି ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାର ପ୍ରଥମ ବ୍ୟକ୍ତି ଥିଲେ ଯିଏ ବିଜେପି ବିରୁଦ୍ଧରେ ବିରୋଧୀ ପାର୍ଟିଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ।

ସେପଟେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ କହିଛନ୍ତି ଯେ ଗତକାଲି ବହୁତ ଶୁଭଦିନ ଥିଲା କାରଣ ନୀତୀଶ କୁମାର ଏନଡିକୁ ଫେରିଆସିଛନ୍ତି । ୧୫ ମାସ ହେଲା ବିହାର ବାସିନ୍ଦାଙ୍କୁ ଅଣନିଃଶ୍ବାସୀ ଲାଗୁଥିଲା। ଶେଷରେ ନୀତୀଶ କୁମାର ଘରବାହୁଡ଼ା କରିଛନ୍ତି ବୋଲି ସେ କହିଛନ୍ତି ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.