ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି EDରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କହିଲେ ‘ନୋଟିସ୍ ବେଆଇନ୍, ରାଜନୈତିକ ପ୍ରଣୋଦିତ’

ନୂଆଦିଲ୍ଲୀ, ୦୨/୧୧: ଦିଲ୍ଲୀ ମଦ ନୀତି ମାମଲାରେ ଇଡିରେ ଆଜି ହାଜରେ ହେବେନି ଅରବିନ୍ଦ କେଜ୍ରିୱାଲ୍ । ଇଡି କରିଥିବା ନୋଟିସର ଜବାବ ଦେଇ କେଜ୍ରିୱାଲ୍ କହିଛନ୍ତି, ଏହି ନୋଟିସ୍ ରାଜନୈତିକ ପ୍ରଣୋଦିତ ଏବଂ ବେଆଇନ୍ ଅଟେ । ସୂଚନାଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ଇଡି ମନି ଲଣ୍ଡରିଂର ଯାଞ୍ଚ କରୁଛି । 

ଚର୍ଚ୍ଚା ହେଉଛି, ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଜେରା ପାଇଁ ସମନ ଦେବା ପୂର୍ବରୁ ହିଁ ପ୍ରମାଣ ଏକାଠି କରି ନେଇଛି । ଏହି ମାମଲାରେ ଇଡି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଇଡି ଆଜି ଆପର ଅନ୍ୟ ଜଣେ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ୯ଟି ସ୍ଥାନରେ ଚଢ଼ାଉ କରିଛି । ତେବେ ଉକ୍ତ ରେଡ୍ କଷ୍ଟମ ସହ ଜଡ଼ିତ ।

ଇଡିରେ କେଜ୍ରିୱାଲ୍ ହାଜର ପୂର୍ବରୁ ଆପର ଆଉ ଜଣେ ମନ୍ତ୍ରୀ ରାଜକୁମାରଙ୍କ ଘରେ ରେଡ୍, ୯ଟି ସ୍ଥାନରେ ଚାଲିଛି ଛାନଭିନ୍

ଇଡି ନୋଟିସର ଜବାବ ଦେଇ କେଜ୍ରିୱାଲ୍ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କହିଛନ୍ତି, ‘ନୋଟିସ୍ ସମ୍ପୂର୍ଣ୍ଣ ଭାବେ ବେଆଇନ୍ ଓ ରାଜନୈତିକ ପ୍ରଣୋଦିତ ।’ କେଜ୍ରିୱାଲ୍ ଅଭିଯୋଗ କରିଛନ୍ତି, ବିଜେପି ପ୍ରରୋଚନାରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ନୋଟିସ୍ କରିଛି ।

୪ ରାଜ୍ୟ ନିର୍ବାଚନ ପ୍ରଚାରରୁ କେଜ୍ରିୱାଲଙ୍କୁ ଅଟକାଇବା ଲାଗି ଇଡି ନୋଟିସ୍ କରିଥିବା ସେ କହିଛନ୍ତି । ଇଡି ପଠାଇ ନୋଟିସକୁ ତୁରନ୍ତ ଫେରାଇ ନେବାକୁ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ସୂତ୍ର ଅନୁସାରେ, ଆଜି କେଜ୍ରିୱାଲ୍ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଯିବାର କାର୍ଯ୍ୟକ୍ରମ ରହିଛି ।

ସବୁ ସରକାରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ୍, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଛାତ୍ର ବିଜେଡି

ଗତ ଏପ୍ରିଲ୍ ମାସରେ ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା । ଏବେ ପୁଣି ଥରେ ୯ ମାସ ପରେ ଇଡି ଜେରା ପାଇଁ ନୋଟିସ୍ କରିଛି । ୨୦୨୧-୨୨ରେ ଦିଲ୍ଲୀ ସରକାର ଆଣିଥିବା ଦିଲ୍ଲୀ ମଦ ନୀତି ମାମଲାର ତଦନ୍ତ କରୁଛନ୍ତି ଇଡି ଓ ସିବିଆଇ । 

ବୁଧବାର କେଜ୍ରିୱାଲଙ୍କ ଦଳ ଆପ୍ ଅଭିଯୋଗ କରିଥିଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଲାଗି ବିଜେପି ଯୋଜନା କରିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ ପାଇଁ ବିଜେପି ଯୋଜନା କରିଥିବା କହିଛି ଆମ୍ ଆଦମୀ ପାର୍ଟି ।

ଗାଜାର ଜାବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ, ୧୯୫ ଫିଲିସ୍ତିନ୍ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.