ଜୟପୁର,୦୨/୦୯: ରାଜସ୍ଥାନର ପ୍ରତାପଗଡ଼ରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ଶ୍ବଶୁର ଘର ଲୋକେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହଲଟ ପୀଡ଼ିତାଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ପୀଡ଼ିତ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମଣିଷ ନା ରାକ୍ଷସ ? ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ଓଠକୁ ବ୍ଲେଡ୍ରେ କାଟିଲା ଯୁବକ
ପୀଡ଼ିତାଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ଏକ୍ସ (ଟ୍ବିଟର)ରେ ଲେଖିଛନ୍ତି, ରାଜସ୍ଥାନର ଝିଅମାନେ ବହୁତ ସାହସୀ । ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ସିଏମ ଗେହଲଟ ଲେଖିଛନ୍ତି, ଅତି ସାହସିକତାର ସହ ସେ ଏଭଳି ହୃଦୟ ବିଦାରକ ଘଟଣାର ସାମ୍ନା କରିଛନ୍ତି । ତାଙ୍କର ସାମାଜିକ ସୁରକ୍ଷା ଦୃଷ୍ଟିରୁ ୧୦ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରି ଘୋଷଣା କରାଯାଇଛି । ତେବେ ଅଗଷ୍ଟ ୩୧, ଗୁରୁବାର ଦିନ ରାଜସ୍ଥାନର ପ୍ରତାପଗଡ଼ରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କର ସ୍ବାମୀ ଏବଂ ଶ୍ବଶୁର ଘର ଲୋକେ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ନେଇ ଅଭିଯୋଗ ହୋଇଥିଲା ।
ପୀଡ଼ିତାଙ୍କ ଶ୍ବଶୁର ଘର ଲୋକେ ଦାବି କରିଥିଲେ ଯେ, ମହିଳାଜଣଙ୍କ ଜଣେ ଯୁବକଙ୍କ ସହ ଘରୁ ପଳାଇବାକୁ ଉଦ୍ୟମ କରୁଥିଲେ । ଏ ସମସ୍ତ ଘଟଣାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିନେଇଥିଲେ । ପରେ ପୋଲିସ ପାଖରେ ପହଞ୍ଚିଥିଲା ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାର ଫଟୋ ଏବଂ ଭିଡିଓ । ତାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏପରିକି ଫଟୋ ଏବଂ ଭିଡିଓ ସେୟାର ନକରିବାକୁ ଲୋକମାନଙ୍କୁ ପୋଲିସ ଅପିଲ୍ ମଧ୍ୟ କରିଥିଲା ।
ଅନ୍ୟପଟେ ମାମଲାର ତଦନ୍ତ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସ୍ବତନ୍ତ୍ର ଅନୁସନ୍ଧାନ ଟିମ୍ (ଏସଆଇଟି) ମାମଲାରେ ଅଧିକ ଛାନଭିନ କରୁଛି । ଏହି ମାମଲାରେ ସଂପୃକ୍ତ ୧୧ ଜଣଙ୍କୁ ଏବେ ସୁଦ୍ଧା ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ପୀଡ଼ିତାଙ୍କ ସ୍ବାମୀ ଏବଂ ଶ୍ବଶୁର ଘର ଲୋକେ ରହିଛନ୍ତି ।
You can also read: ମହମ୍ମଦ ଅଲ-ଫାଏଦ୍ଙ୍କ ପରଲୋକ, ପୁଅ ଡୋଡିଙ୍କ ପ୍ରେମିକା ଡାଏନାଙ୍କର ଥିଲେ ଘନିଷ୍ଠ ବନ୍ଧୁ