ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏସିଆ କପ୍‌-୨୦୨୩: ମ୍ୟାଚ୍‌ର ୧୯ ଘଣ୍ଟା ପୂର୍ବରୁ ପ୍ଲେଇଙ୍ଗ୍‌-୧୧ ଘୋଷଣା କଲା ପାକିସ୍ତାନ

Image Courtesy: Social Media

କଲମ୍ବୋ, ୦୧/୦୯: ଶନିବାର ଏସିଆ କପ୍‌ରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବାକୁ ଅଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ଗହଣରେ ପ୍ରବଳ ଉତ୍ସାହ । ତେବେ ମ୍ୟାଚ୍‌ର ପ୍ରାୟ ୧୯ ଘଣ୍ଟା ପୂର୍ବରୁ ନିଜ ଟିମ୍‌ ଘୋଷଣା କରିଛି ପାକିସ୍ତାନ । ପ୍ଲେଇଙ୍ଗ-୧୧ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ଟିମ୍‌ । 

ଶନିବାର ଭାରତୀୟ ସମୟାନୁସାରେ ଦିନ ୩ଟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଶ୍ରୀଲାଙ୍କାର ପାଲିକେଲେରେ ଖେଳାଯିବ। ଅଧଘଣ୍ଟା ପୂର୍ବରୁ ଅର୍ଥାତ ୨ଟା ୩୦ ମିନିଟ୍‌ରେ ଟସ୍‌ ପଡ଼ିବ । ସେପଟେ ଭାରତ ନିଜର ପ୍ଲେଇଙ୍ଗ ଇଲେଭେନ୍‌ ଘୋଷଣା କରିନାହିଁ । ରୋହିତ ଶର୍ମା ଆଣ୍ଡ କମ୍ପାନୀ ଟସ୍‌ ସମୟରେ ହିଁ ସ୍କ୍ବାଡ୍‌ ଘୋଷଣା କରିବେ । 

ନେପାଳ ବିପକ୍ଷରେ ଯେମିତି ଟିମ୍‌ ଥିଲା ସେଥିରେ କୌଣସି ପରିବର୍ତ୍ତନ କରିନାହିଁ ପାକିସ୍ତାନ । ପାକିସ୍ତାନ ଟିମ୍‌ ମ୍ୟାନେଜମେଣ୍ଟ ୩ ଜଣ ଦ୍ରୁତ ବୋଲରଙ୍କ ସମେତ ୩ ଜଣ ସ୍ପିନ୍‌ ବୋଲିଂ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିଛି । ଫଖର ଜମାନ ଏବଂ ଇମାମ ଉଲ ହକ୍‌ ଓପନିଂ କରିବେ । ମିଡିଲ ଅର୍ଡରରେ ବାବର ଆଜମ, ମହମ୍ମଦ ରିଜଓ୍ବାନ, ଇଫ୍ତିଖାର ଅହମଦ, ସଲମାନ ରହିଛନ୍ତି । ଲୋୟର ଅର୍ଡରରେ ରହିଛନ୍ତି ଶଦାବ ଖାନ ଏବଂ ମହମ୍ମଦ ନଓ୍ବାଜ । ପେସ୍‌ ଆଟାକରେ ନସୀମଙ୍କ ବ୍ୟତୀତ ଶାହୀନ ଆଫ୍ରିଦି ଏବଂ ହାରିସ୍‌ ରଉଫ ନଜର ଆସିବେ। 

 ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀ; ଜାଣନ୍ତୁ କ'ଣ କହିଲେ ଟିମ୍‌ ଇଣ୍ଡିଆ ଅଧିନାୟକ? 

ଭାରତ ବିପକ୍ଷରେ ଟିମ୍‌ ପାକିସ୍ତାନ:

ବାବର ଆଜମ୍‌ (ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ୍‌, ମହମ୍ମଦ ରିଜଓ୍ବାନ, ଇଫ୍ତିଖାର ଅହମଦ, ଆଗହା ସଲମାନ, ଶଦାବ ଖାନ, ମହମ୍ମଦ ନଓ୍ବାଜ, ଶାହିନ ଆଫ୍ରିଦି, ନସୀମ ଶାହ, ହାରିସ ରଉଫ । 

You can also read: ‘ରକେଟ୍ରି’ ଅଭିନେତା ଆର.ମାଧବନଙ୍କୁ ନୂଆ ଦାୟିତ୍ବ, ଶୁଭେଚ୍ଛା ଜଣାଇଲେ ଅନୁରାଗ ଠାକୁର

Asia cup 2023
Team Pakistan

Copyright © 2022 - Summa Real Media Private Limited. All Rights Reserved.