ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

୧୪,୫୦୦ ଫୁଟ ଉଚ୍ଚରେ ଜଣାପଡ଼ିଲା, ବିମାନ ଝରକାରେ କାଚ ନାହିଁ

ନୂଆଦିଲ୍ଲୀ ୦୮/୧୧: ମଝି ଆକାଶରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି । ନିକଟରେ ଲଣ୍ଡନର ଷ୍ଟାନ୍ଷ୍ଟେଡ୍ ବିମାନବନ୍ଦରରୁ ଏକ ବିମାନ ଫ୍ଲୋରିଡା ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ୧୪,୫୦୦ ଫୁଟ ଉଚ୍ଚରେ ଜଣାପଡ଼ିଲା, ବିମାନର ଦୁଇଟି ଝରକାରେ କାଚ ନାହିଁ । ଉଡ଼ାଣ ସମୟରେ ଜଣେ ବିମାନ କର୍ମଚାରୀଙ୍କ ନଜର ଖୋଲା ଝରକା ଉପରେ ପଡ଼ିବା ପରେ ବିମାନକୁ ସଙ୍ଗେସଙ୍ଗେ ଏସେକ୍ସ ବିମାନ ବନ୍ଦରରେ ଅବତରଣ କରାଗଲା । 

ବିମାନରେ ୧୧ ସଦସ୍ୟ ଓ ୯ ଯାତ୍ରୀ ଉପସ୍ଥିତ ଥିଲେ । ଫିଲ୍ମ ନିର୍ମାଣ କାର୍ଯ୍ୟକ୍ରମରେ ବ୍ୟବହୃତ ଉଚ୍ଚ ଶକ୍ତିସମ୍ପନ୍ନ ଆଲୋକ ଯୋଗୁ ବିମାନର ଝରକାରେ କାଚ ନ ଥିବା ଜଣାପଡ଼ିଛି । ବିମାନ ଦୁର୍ଘଟଣା ଯାଞ୍ଚ୍ ଶାଖା ଅନୁସାରେ, ଏହି ଘଟଣାର ପରିଣତି ଗମ୍ଭୀର ହୋଇଥାନ୍ତା । ଯାଞ୍ଚ୍ରୁ ଜଣାପଡ଼ିଲା, ବିମାନର ଦୁଇଟି ଝରକାରେ କାଚ ନ ଥିବାବେଳେ ଅନ୍ୟ ଦୁଇଟି କାଚ ତ୍ରୁଟିପୂର୍ଣ୍ଣ ଭାବେ ଝରକାରେ ଲାଗିଥିଲା । ଝରକାର ବାହ୍ୟ ଅଂଶକୁ ସ୍ପର୍ଶ ନ କରିବା ପାଇଁ ଖଣ୍ଡେ ପ୍ଲାଷ୍ଟିକ୍ ଦ୍ୱାରା ବନ୍ଦ କରଗଲା । ଟାଇଟନ୍ ଏୟାରୱେଜ୍ ଦ୍ୱାରା ପରିଚାଳିତ ଏହି ବିମାନର ଉପଯୋଗ ଆମେରିକା ସ୍ଥିତ ବିଳାସପୂର୍ଣ୍ଣ ଟିସିଏସ୍ ୱର୍ଲଡ୍ ଟ୍ରାଭେଲ୍ ଦ୍ୱାରା କରାଯାଇଥିଲା । 

ପ୍ରାଥମିକ ରିପୋର୍ଟ ଅନୁସାରେ, ଉଡ଼ାଣର ଦିନକ ପୂର୍ବରୁ ବିମାନକୁ ଫିଲ୍ମ ସୁଟିଂରେ ଉପଯୋଗ କରାଯାଇଥିଲା । ସୂର୍ଯ୍ୟୋଦୟର ଭ୍ରମ ସୃଷ୍ଟି କରିବା ପାଇଁ ବିମାନ ନିକଟରେ ଉଚ୍ଚ ଶକ୍ତିସମ୍ପନ୍ନ ଆଲୋକ ପ୍ରୟୋଗ କରାଯାଇଥିଲା । ବିମାନର ଡାହାଣ ପାଶ୍ୱର୍ରେ ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ଧରି ଉକ୍ତ ଆଲୋକର ଉପଯୋଗ ହୋଇଥିଲା । ତା’ପରେ ବାମ ପାଶ୍ୱର୍ରେ ୪ ଘଣ୍ଟା ଧରି ଆଲୋକ ପଡ଼ିଲା । ଉଡ଼ାଣ ସମୟରେ ଯାତ୍ରୀମାନେ ବିମାନର ମଝିରେ ବସିଥିଲେ । ଉଡ଼ାଣ ପରେ ଯାତ୍ରୀମାନେ ସିଟ୍ବେଲ୍ଟ ଖୋଲିବା ପରେ ବିମାନ କର୍ମଚାରୀ ଗୋଟିଏ ଝରକାର କାଚ ନ ଥିବା ଲକ୍ଷ୍ୟ କଲେ । ଅନ୍ୟମାନଙ୍କୁ ଏ ବିଷୟରେ ସୂଚନା ଦେବା ପରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଗଲା । ତେବେ ଏହି ସମୟରେ କ୍ୟାବିନରେ ଚାପ ସ୍ୱାଭାବିକ ଥିଲା ।


Copyright © 2022 - Summa Real Media Private Limited. All Rights Reserved.