ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସ୍କୁଲ ଯାଉଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

ସୋର, ୦୬/୧୧ : ସାଇକେଲ୍‌ ଯୋଗେ ସ୍କୁଲ ଯାଉଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ। ଅଳ୍ପକେ ବର୍ତ୍ତିଲେ ଛାତ୍ରୀ। ସିମୁଳିଆ ଥାନା ସବଙ୍ଗ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ସିମୁଳିଆ ଥାନା ସବଙ୍ଗ ଅଞ୍ଚଳର ଜଣେ ଛାତ୍ରୀ ଏକୁଟିଆ ସାଇକେଲ ଯୋଗେ ସ୍କୁଲ ଯିବା ବେଳେ ବାଇକ୍‌ରେ ୩ ଜଣ ଯୁବକ ମୁଖାପିନ୍ଧି ଆସି ତାଙ୍କୁ ଅଟକାଇଥିଲେ। ହେଲେ ଛାତ୍ରୀ ଜଣଙ୍କ ସେମାନଙ୍କ କଥା ନଶୁନିବାରୁ ତାଙ୍କ ମୁହଁରେ ସ୍ପ୍ରେ କରି ବେହୋସ କରି ଦେଇଥିଲେ। ଏହି ସମୟରେ ସେହି ବାଟ ଦେଇ ଆସୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଦେଖି ୩ ଯୁବକ କେଟିଏମ୍ ଗାଡିରେ ଫେରାର୍ ହୋଇଯାଇଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଅଚେତ ଅବସ୍ଥାରେ  ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଅଭିଯୋଗ ପାଇଁ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.