ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଆଖି ଲାଖିଲା ଭଳି ଦୃଶ୍ୟ ! ପ୍ରାୟ ୨୩ ଲକ୍ଷ ଦୀପରେ ଝଲସି ଉଠୁଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା

Image Courtesy: indiatoday

ଅଯୋଧ୍ୟା: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ନଗରୀ ଆଜି ଝଲସୁଛି । ଶ୍ରୀରାମଙ୍କ ଆଗମନରେ ଅଯୋଧ୍ୟା ନଗରୀ ଏମିତି ସଜେଇ ହୋଇଛି ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଯେଉଁଠି ଦେଖିଲେ କେବଳ ଦୀପ ଜଳୁଛି । ଶହେ କି ଦୁଇ ଶହ ନୁହେଁ ଏକାସାଙ୍ଗରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଯାଇଛି । ଏଥର ଦୀପ ପାଇଁ  ୧୫ ତୋରଣ ଦ୍ୱାର ରହିଛି । ଶନିବାର ଦୀପୋତ୍ସବରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଯାଇଥିବା ବେଳେ ଆଉ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି ହୋଇଛି । 

ଗତ ବର୍ଷ ୨୦୨୨ରେ ଅଯୋଧ୍ୟାରେ ୧୫.୭୬ ଦୀପ ପ୍ରଜ୍ୱଳିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟା ପାଖାପାଖି ୬ ଲକ୍ଷ ୪୭ ହଜାର ବଢିଛି । ଡ୍ରୋନ ସାହାଯ୍ୟରେ କରାଯାଇଥିବା ଦୀପ ଗଣନାରେ ଦୀପୋତ୍ସବ ଏକ ନୂଆ କୀର୍ତ୍ତିମାନ ସ୍ଥାପିନ କରିଛି । ଏହାସହ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି  ଅଯୋଧ୍ୟାର ଦୀପୋତ୍ସବ । ଅଯୋଧ୍ୟାର ପ୍ରାଚୀନ ନଗରୀ ପ୍ରତି ଭକ୍ତି ଭାବ ଓ ପ୍ରତିବଦ୍ଧତା ପୁଣି ଥରେ ବିଶ୍ୱ ରେକର୍ଡରେ ସାମିଲ ହୋଇଛି ବୋଲି କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡ୍ସର ପ୍ରତିନିଧି କହିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାରଙ୍କ ଭବ୍ୟ ଦୀପ ମହୋତ୍ସବରେ ଗୋଟିଏ ସ୍ଥାନରେ ଏକ ସମୟରେ ବହୁ ସଂଖ୍ୟକ ଲୋକେ ବସି ଦୀପ ପ୍ରଜ୍ୱଳନ କରିବା ବିଶ୍ୱ ଇତିହାସରେ ବିରଳ ।  ତେବେ ଏହି ରେକର୍ଡ ପାଇଁ ରାମ ମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟ ଅଧୀନ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସଂଗଠନର ବଡ଼ ଭୂମିକା ରହିଛି । 



ତେବେ ଏହି ଦୀପୋତ୍ସବ ସମୟରେ ସମଗ୍ର ଅଯୋଧ୍ୟା ହୋଇଉଠିଛି ରାମ ମୟ । ସବୁଠି ଶୁଭୁଛି ଜୟ ଶ୍ରୀରାମ ନାରା । ଶ୍ରଦ୍ଧାଳୁ ବଡ଼ ଆନନ୍ଦର ସହ ଭାଗବାନ ରାମଙ୍କ ନାମ ଜପ କରିବା ସହ ତାଙ୍କୁ ଅନ୍ତରରେ ସ୍ବାଗତ କରିଛନ୍ତି ।  ଏହି ଅବସରରେ ଅଯୋଧ୍ୟା ନଗରୀକୁ ପ୍ରାୟ ୨୨ଲକ୍ଷ ୨୩ ହାଜର ଦୀପ ଜାଳି ଆଲୋକିତ କରାଯାଇଛି । ପୁଣି ଅଯୋଧ୍ୟା ଦୀପତ୍ସୋବ ବିଶ୍ବ ରେକର୍ଡରେ ସାମିଲ ହୋଇଥିବା ବେଳେ ପୂର୍ବରୁ ୧୮ ଲକ୍ଷ ୮୧ ହଜାର ଦୀପ ଜଳିବା ଘଟଣା ଗୀନିଜ ବୁକରେ ସ୍ଥାନ ପାଇଥିଲା । ତେବେ ସରଜୁ ନଦୀ କୂଳରେ ଆୟୋଜିତ ଦୀପୋତ୍ସବ ଅବସରରେ ଲେଜର ଶୋ’ ମାଧ୍ୟମରେ ରାମ ଲୀଳାର ପ୍ରଦର୍ଶନ ବେଶ୍‌ ମନୋରମ ହୋଇଛି ।                                                                                    

  • Diwali 2023
  • Copyright © 2022 - Summa Real Media Private Limited. All Rights Reserved.