ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସ ମହାମିଶ୍ରଣରୁ ଶଙ୍ଖକୁ ଫାଇଦା, ଚାନ୍ଦବାଲିରେ ତ୍ରିମୁଖୀ ଲଢ଼େଇ

ଧାମରା, ୨୬/୦୨: ଧାମରାସ୍ଥିତ କଇଥଖୋଲାରେ କିଛି ଦିନ ପୂର୍ବରୁ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ। କଂଗ୍ରେସ ନେତାଙ୍କ ଦାବି ମୁତାବକ ଅଞ୍ଚଳର ୬୦୦ ପରିବାର ହାତ ଧରିଥିଲେ। କିନ୍ତୁ ଏହି ମିଶ୍ରଣ ପର୍ବରୁ ବିଜେଡି ଫାଇଦା ପାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ତୃତୀୟ ସ୍ଥାନରେ ରହିଥିଲା। ବିଜେଡି ବିଧାୟକ ଡ.ବ୍ୟୋମକେଶ ରାୟ ୭୭,୩୧୩ ଭୋଟ ପାଇଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ୍‌ ୬୯,୨୩୩ ଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସ ୩୦,୧୪୬ ଭୋଟ୍‌ ପାଇଥିଲେ। କଂଗ୍ରେସର ଏକ ଗୋଷ୍ଠୀ ବିଜେପିକୁ ଭିତିରି ସମର୍ଥନ କରିଥିଲେ। 

ରାଜନୈତିକ ଗଣିତ କହୁଛି ଯେ, କଂଗ୍ରେସ ସମର୍ଥକ କମୁଥିବାବେଳେ ବିଜେପିରେ ନୂଆ ଭୋଟର ଯୋଡ଼ି ହେଉଛନ୍ତି । ସେହିପରି ବିଜେଡି ଦିନକୁ ଦିନ ଭୋଟରଙ୍କ ନିକଟତର ହେଉଛି। ୨୦୧୪ ଠାରୁ ୨୦୧୯ରେ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ତଥାପି କଂଗ୍ରେସର ଭୋଟ୍‌ ବ୍ୟବଧାନ କମି ଯାଇଥିଲା । ବିଜେଡିର ଏକ ଗୋଷ୍ଠୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଦେଇଥିଲେ ଖୋଲା ସମର୍ଥନ। କିନ୍ତୁ ମିଶ୍ରଣ ପର୍ବରେ ବିଜେପି ଖାତାକୁ ଯାଇଥିବା କଂଗ୍ରେସ ଭୋଟ୍‌ କଂଗ୍ରେସ ଶିବିରକୁ ପୁଣି ଫେରି ଆସିଛି । କିନ୍ତୁ ଏଥିରେ ବିଜେଡିର କ୍ଷତି ପରିବର୍ତ୍ତେ ଲାଭ ହୋଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ନିଜ ଭୋଟରଙ୍କୁ ଫେରି ପାଇ ଖୁସି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ବିଜେଡିର ଯେଉଁ ଗୋଷ୍ଠୀ ବିଜେପିକୁ ସମର୍ଥନ ଦେଉଥିଲେ ତାହାର ଶୀର୍ଷ ନେତୃତ୍ୱ ଏବେ ବିଜେଡି କ୍ୟାମ୍ପରେ । ୨୦୨୩ରେ ଗୋବିନ୍ଦପୁର ଓ ବାରସର ପଞ୍ଚାୟତର ୫ ଶହରୁ ଅଧିକ ବିଜେପି ସମର୍ଥକ ବିଜେଡିରେ ଯୋଗଦାନ କରିଥିଲେ । ବିଜେପିର ଯୁବ ଚେହେରା ମାନସ କୁମାର ନାୟକ ମୁଖ୍ୟ ଆକର୍ଷଣ ଥିଲେ । ବିଜେପି ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମିଶ୍ରଣ ପର୍ବ ଆୟୋଜନ କରିପାରି ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.