ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା

ଭୁବନେଶ୍ଵର, ୦୮/୧୨ : ଆସନ୍ତା ୧୪ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ ବୈଠକ। ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା। ୨୦୨୪ ନିର୍ବାଚନ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବ ବିଜେଡି। ୨୬ ତାରିଖରେ ବରମୁଣ୍ଡା ପଡିଆରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ହୋଇପାରେ ନିଷ୍ପତ୍ତି।

ସୂଚନାନୁଯାୟୀ, ଆସନ୍ତା ୨୬ ତାରିଖରେ ବିଜେଡିକୁ ୨୫ ବର୍ଷ ପୁରି ୨୬ ବର୍ଷ ହେବ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ  ଏଥର ପ୍ରତିଷ୍ଠା ଦିବସକୁ ଉତ୍ସବ ଭାବେ ପାଳନ କରିବାକୁ ବିଜେଡି ଯୋଜନା କରିଛି। ବିଜେଡି ପ୍ରତିଷ୍ଠା ଦିବସକୁ ଉତ୍ସବ ଭାବେ ଓଡ଼ିଶାବାସୀ ପାଳନ କରିବେ l 

୨୬ ବର୍ଷଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନେତୃତ୍ଵ ନେଉଛନ୍ତି l ସେ ଜଣେ ଅପ୍ରତିଦ୍ଵନ୍ଦି ନେତା l ନବୀନ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହନ୍ତି, ସେ ଅନୁଷ୍ଠାନ l ଜନସେବା ପାଇଁ ବିଜେଡିକୁ ସବୁ ନିର୍ବାଚନରେ ଆଶୀର୍ବାଦ କରୁଛନ୍ତି ଓଡ଼ିଶାବାସୀ l ପଞ୍ଚାୟତ, ପୌର ଓ ସବୁ ଉପ ନିର୍ବାଚନରେ ଦଳକୁ ବଡ଼ ସଫଳତା ମିଳିଛି l ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ l 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.