ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ ହେବା ଦରକାର: ବିଜେପି ସାଂସଦ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରିଛନ୍ତି ବିଜେପି ସାଂସଦ ରମେଶ ବିଧୁରି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇପଡ଼ିଥିବା ମହୁଆ ମୋଇତ୍ରଙ୍କୁ ଲୋକସଭା ସଦସ୍ୟ ପଦରୁ ହଟାଇଦେବା ଦରକାର ବୋଲି ସେ କହିଛନ୍ତି । ଏହା ସହ ମୋଇତ୍ର ପାଇଁ ଅଲଗା ନିୟମ ନାହିଁ ବୋଲି କହିଛନ୍ତି ବିଧୁରି ।

 ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହୁଆଙ୍କ ପୂର୍ବରୁ ବହୁ ସାଂସଦ ଟଙ୍କା ନେଇ ପ୍ରଶ୍ନ ମାମଲାରେ ଛନ୍ଦି ହୋଇଥିଲେ ଏବଂ ସଦସ୍ୟତା ରଦ୍ଦ ହୋଇଥିଲା । ତେଣୁ ମହୁଆଙ୍କ ପାଇଁ ଅଲଗା ଆଇନ ହୋଇପାରିବ ନାହିଁ । ସେ ଗ୍ରହଣ କରିଥିବା ଟଙ୍କା ଏବଂ ଉପହାର ସଂପର୍କରେ ସିବିଆଇ ଯାଞ୍ଚ କରୁ । ତେବେ ମହୁଆ ମୋଇତ୍ରଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିସାରିଛି ସିବିଆଇ । 

ଶନିବାର ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ନେଇ ସିବିଆଇ ପକ୍ଷରୁ କୁହାଯାଇଥିଲା । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ଏବଂ ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହି ଯାଞ୍ଚ ଆରମ୍ଭ କରିଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ଏବଂ ଦାମୀ ଉପହାର ନେଇ ମହୁଆ ମୋଇତ୍ର ଆଦାନୀ ଏବଂ ମୋଦୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରୁଥିଲେ ବୋଲି ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ।

 

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.