ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଇଲେକ୍ଟୋରାଲ୍‌ ବଣ୍ଡ୍‌ରୁ ବିଜେପିକୁ ୧୩୦୦ କୋଟି ଟଙ୍କା ହାସଲ, କଂଗ୍ରେସ ତୁଳନାରେ ୭ ଗୁଣା ଅଧିକ

ନୂଆଦିଲ୍ଲୀ,୧୧/୦୨: ଶାସକ ଦଳ ବିଜେପି ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ  ୨୦୨୨-୨୩ରେ ୧,୩୦୦ କୋଟି ଟଙ୍କା ହାସଲ  କରିଛି । ଅନ୍ୟପକ୍ଷରେ ଏହି ବଣ୍ଡ୍‌ ଦ୍ୱାରା  କଂଗ୍ରେସକୁ ୧୭୧ କୋଟି ଟଙ୍କା ମିଳିଛି ।  ଯାହା କି ବିଜେପି ତୁଳନାରେ ୭ ଗୁଣା କମ୍‌ ।  ୨୦୨୧-୨୨ରେ କଂଗ୍ରେସ ୨୩୬ କୋଟି ଟଙ୍କା  ପାଇଥିଲା । ନିର୍ବାଚନ କମିଶନ ଏହି ସୂଚନା  ଦେଇଛନ୍ତି । 

ଖବର ମୁତାବକ ବିଜେପିର ବାର୍ଷିକ  ଅଡିଟ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟକୁ  ପଠାଯାଇଥିଲା । ଏହା ଅନୁସାରେ ୨୦୨୧-୨୨ରେ  ବିଜେପିର ମୋଟ ଆୟ ୧,୯୧୭ କୋଟିରୁ  ବଢ଼ି ୨୦୨୨-୨୩ରେ ୨,୧୨୦ କୋଟି ଟଙ୍କା  ହୋଇଥିଲା, ଯେଉଁଥିରେ ନିର୍ବାଚନ ବଣ୍ଡ୍‌ରୁ ୬୧%  ଟଙ୍କା ରହିଛି । ଅନ୍ୟପକ୍ଷରେ ୨୦୨୨-୨୩ରେ  ଦଳ ନିର୍ବାଚନରେ ମୋଟ ୧,୦୯୨ କୋଟି ଟଙ୍କା  ଖର୍ଚ୍ଚ କରିଥିଲା । ବିଜ୍ଞାପନରେ ୪୩୨.୧୪ କୋଟି  ଟଙ୍କା ଖର୍ଚ୍ଚ ହୋଇଥିଲା । ବିମାନ ଓ ହେଲିକପ୍ଟର  ପାଇଁ ୭୮.୨ କୋଟି ଓ ପ୍ରାର୍ଥୀମାନଙ୍କୁ ଆର୍ଥିକ  ସହାୟତା ବାବଦରେ ୭୬.୫ କୋଟି ଟଙ୍କା  ଖର୍ଚ୍ଚ ହୋଇଥିଲା । ଆଲୋଚ୍ୟ ବର୍ଷରେ ଦଳ  ୨୩୭ କୋଟି ଟଙ୍କା ସୁଧ ଆୟ କରିଥିଲା ।  

ସେପଟେ ସମାଜବାଦୀ ପାର୍ଟି ୨୦୨୧-୨୨ରେ  ନିର୍ବାଚନୀ ବଣ୍ଡ୍‌ ଜରିଆରେ ୩.୨ କୋଟି ଟଙ୍କା  ପାଇଥିଲା । କିନ୍ତୁ ୨୦୨୨-୨୩ରେ ବଣ୍ଡ୍‌ରୁ କିଛି  ପାଇ ନ ଥିଲା । ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)  ୨୦୨୨-୨୩ରେ ନିର୍ବାଚନୀ ବଣ୍ଡ୍‌ରୁ ୩୪ କୋଟି  ଟଙ୍କା ପାଇଥିଲା, ଯାହା କି ପୂର୍ବ ଆର୍ଥିକବର୍ଷ  ତୁଳନାରେ ୧୦ ଗୁଣା ଅଧିକ । ଉଲ୍ଲେଖଯୋଗ୍ୟ,  ୨୦୧୭ ବଜେଟ୍‌ରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ  ଜେଟ୍‌ଲୀ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସ୍କିମ୍‌ ଆଣିଥିଲେ ।  ୨୦୧୮ ଜାନୁଆରୀ ୨୯ରେ ଏ ନେଇ ବିଜ୍ଞପ୍ତି ଜାରି  ହୋଇଥିଲା । ଏହା ଏକପ୍ରକାର ପ୍ରମିଜରି ନୋଟ୍‌,  ଯାହାକୁ ବ୍ୟାଙ୍କ୍‌ ନୋଟ୍‌ ମଧ୍ୟ କୁହାଯାଏ । ଏହାକୁ  ଯେ କୌଣସି ଭାରତୀୟ ନାଗରିକ କିଣି ନିଜ  ପସନ୍ଦର ଦଳକୁ ଦାନ କରିପାରିବେ। କିନ୍ତୁ ସମ୍ପୃକ୍ତ  ଦଳ ଏଥିଲାଗି ଯୋଗ୍ୟ ହୋଇଥିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.