ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିଏମ୍‌ସି କଣ୍ଟ୍ରାକ୍ଟସ୍‌ କମିଟି ବୈଠକ: ୧୦ ପ୍ରକଳ୍ପ ପାଇଁ ୧୪ କୋଟି ମଞ୍ଜୁର, ବୁଲା ଗୋରୁଙ୍କ ପାଇଁ ଲାଗିବ ୧୪୧ ସିସିଟିଭି କ୍ୟାମେରା

ଭୁବନେଶ୍ୱର,୧୭/୦୯: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗୋମଙ୍ଗଳ କେନ୍ଦ୍ରରେ ରହୁଥିବା ବୁଲା ଗୋରୁଙ୍କ ପାଇଁ କ୍ୟାମେରା ଲାଗିବ ବୋଲି ନିଷ୍ପତ୍ତି ହୋଇଛି ।

ୱାର୍ଡ ନମ୍ବର-୪୩ ଅନ୍ତର୍ଗତ ଲକ୍ଷ୍ମୀସାଗର ଫିସେରୀ ଟ୍ୟାଙ୍କ ପାଖରେ ଆରସିସି ବକ୍ସ ସେଲ୍‌ ଡ୍ରେନ ନିର୍ମାଣ, ୩ ନମ୍ବର ୱାର୍ଡ ଅନ୍ତର୍ଗତ ନିଗମ ବିହାର ଛକରୁ ଆଦିତ୍ୟ ଏନ୍‌କ୍ଲେଭ ଦେଇ ପଟିଆ ମଧୁସୂଦନ ଦେବ କଲେଜ ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ, ୪୦ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ୍‌ ୧ର ଏସ୍‌ବିଇଆଇ ସାଇଡ୍‌ କଞ୍ଜରଭେନ୍‌ସି ଲେନ୍‌ରେ ପେଭର ବ୍ଲକ ରାସ୍ତା ନିର୍ମାଣ, ୩୦ ନମ୍ବର ୱାର୍ଡ ଅନ୍ତର୍ଗତ ସହିଦ ନଗର କ୍ଲଷ୍ଟର-୨, କଞ୍ଜରଭେନ୍‌ସି ଲେନ ନଂ ୧୫ରୁ ୩୬ ପର୍ଯନ୍ତ ପେଭର ବ୍ଲକ ରାସ୍ତା ନିର୍ମାଣ, ୩୫ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ-୯ର ସରକାରୀ କ୍ୱାର୍ଟର୍ସ ଥିବା ଲେନ୍‌ ନଂ-୫ରୁ ୯ ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା ନିର୍ମାଣ କାମ ରହିଛି ।

ସେହିପରି ୪ ନମ୍ବର ୱାର୍ଡ ଅନ୍ତର୍ଗତ ହରିଦାସପୁର ପୁରୁଣା ଜେନା ଢାବାରୁ ଝାଲିଆଗଡ ଆଡକୁ ରାସ୍ତା ନିର୍ମାଣ, ପୁରୀ ମୁଖ୍ୟ କେନାଲ (ଝାଲିଆଗଡ) ରୁ ୟୁ.ଏନ୍‌ ରଥଙ୍କ ଘର ମହାରଥା ବିଦ୍ୟାପୀଠ ଦେଇ ବାସୁଆ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, କମ୍ପୋଷ୍ଟିଂ କେନ୍ଦ୍ରରୁ ବାହାରୁଥିବା ଖତକୁ ରଖିବା ପାଇଁ ଗୋଦାମ ଗୃହ ନିର୍ମାଣ, ୪୦ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ-୩ର ପାର୍କ ସାଇଡ କଞ୍ଜରଭେନ୍‌ସି ଲେନ୍‌ରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ମିଳିଥିବା ଟେଣ୍ଡର ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଏମ୍‌ସିର ସମସ୍ତ ଏମ୍‌ସିସି , ଏମ୍‌ଆର୍‌ଏଫ୍‌ ଏବଂ ଭୂଆଶୁଣୀ ବାୟୋ ମାଇନିଂ ସାଇଟରେ ସିସିଟିଭି କ୍ୟାମେରା ଲଗାଇବାକୁ ହୋଇଥିବା ଇ-ଟେଣ୍ଡର ମାଧ୍ୟମରେ ୧୪୧ ଗୋଟି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିରେ ଦୁଇଟି ଘରୋଇ ସଂସ୍ଥା ଅଂଶଗ୍ରହଣ କରିଥିଲେ । ନିଗମର ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିସ୍ତୁତ ଭାବେ ଯାଞ୍ଚ କରି ସର୍ବନିମ୍ନ ଟେଣ୍ଡରଦାତାଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହିସବୁ ପ୍ରକଳ୍ପ ବାବଦରେ ବିଏମ୍‌ସି ୧୪.୭୨ କୋଟି ଟଙ୍କାର ଟେଣ୍ଡରକୁ ସବୁଜ ସଂକେତ ଦେଇଛି ।   

ଶନିବାର ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେ,  ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚିନାରାୟଣ ମହାସୂପକାର, ଭାରତୀ ସିଂ, କେ. ଶାନ୍ତି, ପୁଷ୍ପାଞ୍ଜଳୀ ସେଠୀ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିଶନର (ଆଇଟି) ଅଶୋକ କୁମାର ଲେଙ୍କା, ରାଜକିଶୋର ଜେନା, ସପନ କୁମାର ନନ୍ଦ ଏବଂ ସିଏଫ୍‌ଓ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.