ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସନ୍ତା ୨୦ରୁ ମାଟ୍ରିକ୍‌ ପରୀକ୍ଷା: ସକାଳ ସାଢ଼େ ୭ଟାରେ ହଲ୍‌କୁ ଯିବେ ପରୀକ୍ଷାର୍ଥୀ, ୮ଟା ୧୫ରେ ଗେଟ୍‌ ବନ୍ଦ

କଟକ,୦୪/୦୨: ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପୂର୍ବ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିଛି । ସକାଳ ୯ ଟା ରୁ ୧୧ ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ନିର୍ଘଣ୍ଟ ରହିଛି । ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହେବାକୁ ଥିବାରୁ ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନଙ୍କୁ ଛଡାଯିବ । ଏହାଦ୍ୱାରା ଗେଟ୍‌ ପାଖରେ ପରୀକ୍ଷାର୍ଥୀଙ୍କୁ ଠିକ୍‌ ଭାବେ ଯାଞ୍ଚ୍‌ କରିବା ପାଇଁ ସୁଯୋଗ ମିଳିପାରିବ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି । ୮ଟା ୧୫ ମିନିଟ୍‌ ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ ଆଉ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କଟକଣା ଜାରି କରାଯାଇଛି ।

ସେହିପରି ଏଥର ରାଜ୍ୟର ସମସ୍ତ କେନ୍ଦ୍ରରେ ପ୍ରଥମ ଥର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଲାଗି ବ୍ୟବସ୍ଥା ରଖାଯାଇଛି । କପି ନିୟନ୍ତ୍ରଣ ପାଇଁ ଏଥର ପ୍ରଥମ ଥର ବୋର୍ଡ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସେଣ୍ଟର୍‌ରେ ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନସ୍‌ ଏବଂ ଲାଇଭ୍‌ ଟେଲିକାଷ୍ଟ ବ୍ୟବସ୍ଥା  ସହ ସ୍କ୍ୱାଡ୍‌ର ଗତିବିଧି ଉପରେ ନଜରରେ ରଖିବା ଲାଗି ସ୍କ୍ୱାଡ୍‌ ଅଧିକାରୀମାନଙ୍କୁ ଗ୍ଲୋବାଲ୍‌ ପୋଜିସନିଙ୍ଗ ସିଷ୍ଟମ (ଜିପିଏସ୍‌)ରେ ଯୋଡ଼ା ଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୫୧୬୧୧ ପରୀକ୍ଷାର୍ଥୀ ମାଟ୍ରିକ, ମଧ୍ୟମା ଓ ଏସ୍‌ଓଏସ୍‌ରେ ପରୀକ୍ଷା ଦେବେ । ସେଥିପାଇଁ ବୋର୍ଡ଼ ପକ୍ଷରୁ ୩୦୭୩ ସେଣ୍ଟର କରାଯାଇଥିବାବେଳେ ୨୧ ଟି ପୁଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି । ଚଳିତ ବର୍ଷ ନିର୍ବାଚନ ଥିବାରୁ ମାଟ୍ରିକ ପରୀକ୍ଷା ଖାତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ କରି ୩୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ସମୟ ସୀମା ଧାର୍ଯ୍ୟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.