ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଶିଯିବେ ରିଲାଏନ୍ସ-ଡିଜନୀ ଭାରତ ୟୁନିଟ

ନୂଆଦିଲ୍ଲୀ, ୨୬/୦୨ : ୱାଲଟ ଡିଜନୀ ଏହାର ଭାରତ ୟୁନିଟକୁ ରିଲାଏନ୍ସ ସହ ମିଶ୍ରଣ କରିବ। ଏନେଇ ୨ କମ୍ପାନି ଚୁକ୍ତିରେ ସାମିଲ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବଜାରର ପ୍ରତିଯୋଗିତାକୁ ନଜରରେ ରଖି ଡିଜନୀ ଏଭଳି କୌଶଳ ଆପଣାଇଛି । ମିଶ୍ରିତ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପାଖରେ ୬୧% ଅଂଶଧନ ରହିବ। ବଳକା ଅଂଶଧନ ଡିଜନୀ ପାଖରେ ରହିବ। ଏ ସମ୍ପର୍କିତ ଚୂଡାନ୍ତ ଘୋଷଣା ଆସନ୍ତା ସପ୍ତାହରେ ହେବାର ଢ଼େର ସମ୍ଭାବନା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି । 

ତେବେ ଏ ସମ୍ପର୍କରେ ରିଲାଏନ୍ସ କିମ୍ବା ଡିଜନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ରିଲାଏନ୍ସ ଏହାର ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ବିଜ୍‌ନେସକୁ ଲଗାତାର ଭାବେ ବୃଦ୍ଧି କରୁଛି । ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଇଣ୍ଟରନେଟ ବଜାର ଭାବେ ରୁପାନ୍ତରିତ ହୋଇଛି । ଏଭଳି ସ୍ଥିତିରେ ରିଲାଏନ୍ସ ଏବଂ ଡିଜନୀ ମିଡିଆ କ୍ଷେତ୍ରରେ ବଡ ଧମାକା କରିପାରନ୍ତି ବୋଲି ଆକଳନ କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.