ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ବଲପୁର ଯୁବକଙ୍କ ପ୍ରେମରେ ବଙ୍ଗୀୟ ଯୁବତୀ, ହରାଇଲେ ୬୪ ଲକ୍ଷ !

ସମ୍ବଲପୁର, ୦୧/୧୨ : ମାଟ୍ରିମୋନି ସାଇଟ୍‌ରୁ ପରିଚୟ । ପରେ ପ୍ରେମ । ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଣଦେଣ । ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିବା କହି ଯୁବତୀଙ୍କ ଠାରୁ ପ୍ରାୟ ୬୪ ଲକ୍ଷ ନେଲେ । ହେଲେ ବିବାହ ପାଇଁ ଧରାଛୁଆଁ ଦେଲେନି ଯୁବକ । ବାଧ୍ୟ ହୋଇ ଯୁବତୀ ଜଣକ ସମ୍ବଲପୁର ଆସିଥିଲେ । ହେଲେ ଯୁବକ ତାଙ୍କୁ ପିଟାମରା କରିଛନ୍ତି । ଠକେଇର ଶିକାର ଜଣେ ବଙ୍ଗୀୟ ଯୁବତୀ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । 

ଲାଞ୍ଚ ନେଇ ଧରା ପଡ଼ିଲେ ବନ୍ଦୋବସ୍ତ କାର୍ଯ୍ୟାଳୟର କନିଷ୍ଠ କିରାଣି, ସାର୍ଟିଫାଏଡ୍ କପି ପାଇଁ ନେଉଥିଲେ ଟଙ୍କା

ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଡାନକାନି ଦକ୍ଷିଣ ସୁଭାଷପଲ୍ଲୀରେ ରହୁଥିବା ସୋମା ଦତ୍ତଙ୍କ ସମ୍ବଲପୁର ଟାଉନ ଥାନାଞ୍ଚଳର ରାହୁଲ ରକ୍ଷିତ ନାମକ ଜଣେ ଯୁବକଙ୍କ ସହ ମାଟ୍ରିମୋନି ସାଇଟ୍‌ରୁ ପରିଚିତ ହୋଇଥିଲା । ୨୦୨୧ ଏପ୍ରିଲ୍‌ ଶେଷ ବେଳକୁ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା । ପରେ ବିବାହ କରିବାକୁ ପୁରୁଷ ବନ୍ଧୁ ହଁ କରିଥିଲେ । ହେଲେ ଏହାର କିଛି ମାସ ପରେ ବ୍ୟାଙ୍କ ଆକାଉଣ୍ଟ ଅଚଳ ଥିବା କହି କିଛି ଟଙ୍କା ମାଗିଥିଲେ । ଯୁବତୀ ଜଣଙ୍କ ବିଶ୍ୱାସକୁ ନେଇ ଟଙ୍କା ପଠାଇଥିଲେ । ପରେ ବିଭିନ୍ନ କାରଣଦର୍ଶାଇ କିସ୍ତି ଅନୁସାରେ ପ୍ରାୟ ୬୪ ଲକ୍ଷ ଟଙ୍କା ନେଇଥିବା ସୋମା ଅଭିଯୋଗ କରିଛନ୍ତି । ହେଲେ ବିବାହ ପାଇଁ ଧରାଛୁଆଁ ଦେଉ ନ ଥିଲେ । ତେଣୁ ବାଧ୍ୟ ହୋଇ ସେ ଆଜି ସମ୍ବଲପୁର ଆସିଥିଲେ । ହେଲେ ତାଙ୍କୁ ରାହୁଲ ମାଡ଼ ମାରିଥିଲେ । ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି । ଘଟଣାର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀ ସୋମା ଦତ୍ତ କହିଛନ୍ତି, ମୋ ପାଖରେ ସମସ୍ତ ପ୍ରମାଣ ଅଛି । ରାହୁଲଙ୍କୁ ମୁଁ ଅନଲାଇନ୍‌ ଜରିଆରେ ସବୁ ଟଙ୍କା ଟ୍ରାଞ୍ଜିକସନ୍‌ କରିଛି । ୬୪ ଲକ୍ଷ ଟଙ୍କା ରାହୁଲ ରକ୍ଷିତ ଆକାଉଣ୍ଟକୁ ଟଙ୍କା ପଠାଇଛି । ସେ ମତେ ମାତ୍ର ୨.୯୪ ଲକ୍ଷ ଟଙ୍କା ଫେରାଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.