ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

‘ଆମେ ଗାଜାକୁ କବଜା କରିବାକୁ ଚାହୁଁନୁ , ଆମେ ଚାହିଁଛୁ ... ’ : ନେତନ୍ୟାହୁ

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସର ଯୁଦ୍ଧ ମଧ୍ୟରେ ଗାଜାକୁ ନେଇ ଆସିଲା ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ବଡ଼ ବୟାନ। ଆମେ ଗାଜାକୁ ଆଉ ଥରେ କବଜା କରିବାକୁ ଚାହୁଁ ନାହଁ ,ଆମେ ମିଡିଲ ଇଷ୍ଟକୁ ଏକ ଭଲ ଭବିଷ୍ୟତ ଦେବାକୁ ଚାହୁଁଛି ବୋଲି କହିଲେ ନେତନ୍ୟାହୁ। ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ଫକ୍ସ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି , ଆମେ ଗାଜାକୁ କବଜା କରିବାକୁ ଚାହୁଁନୁ। ଆମେ ଗାଜା ଉପରେ ଶାସନ କରିବାକୁ ବି ଚାହୁଁନୁ। ଆମେ କେବଳ ଗାଜାକୁ ଏକ ସୁନ୍ଦର ଭବିଷ୍ୟତ ଦେବାକୁ ଇଚ୍ଛା କରିଛୁ। ଗାଜାରେ ଆମ ସେନା ଭଲ କାମ କରୁଛନ୍ତି।

ହେଲେ ନେତନ୍ୟାହୁ ଏହା ବି କହିଛନ୍ତି , ଗାଜା ଭିତରେ ଏକ ବିଶ୍ୱସନୀୟ ଫୋର୍ସର ଆବଶ୍ୟକତା ରହିଛି , କାରଣ ହତ୍ୟାକାରୀଙ୍କୁ ମାରିବାର ଆବଶ୍ୟକ ରହିଛି। କହି ରଖୁଛୁ କି , କିଛି ଦିନ ପୂର୍ବେ ହିଁ ନେତନ୍ୟାହୁ କହିଥିଲେ କି ହମାସ ସହ ଯୁଦ୍ଧ ଶେଷ ହେବା ପରେ ଇସ୍ରାଏଲ ଅନିଶ୍ଚିତକାଳ ପାଇଁ ଗାଜାର ସୁରକ୍ଷାର ଦାୟିତ୍ୱ ନେବ। ଏହାକୁ ଏକ ପ୍ରକାର ଗାଜା ଉପରେ ଇସ୍ରାଏଲର କବଜାର ଉଦ୍ଦେଶ୍ୟ ଭାବେ ଦେଖାଯାଇ ଥିଲା। 

ସେପଟେ , ଆମେରିକା କହି ସାରିଛି କି , ଏହି ଯୁଦ୍ଧ ଶେଷ ହେବା ପରେ ଯଦି ଗାଜାରେ ଇସ୍ରାଏଲ କବଜା କରିବ ତ ଏହାର ବିରୋଧ କରାଯିବ। ଏ ମଧ୍ୟରେ ନେତନ୍ୟାହୁଙ୍କ ଏହି ବୟାନରୁ ଜଣାପଡ଼ୁଛି କି ତାଙ୍କର କ୍ରୋଧ ଶାନ୍ତ ପଡ଼ୁଛି। ଇସ୍ରାଏଲୀୟ ସେନା ଆଇଡିଏଫର କହିବାନୁସାରେ , ତାଙ୍କର ୭ମ ସଶସ୍ତ୍ର ବ୍ରିଗେଡ୍‌ ଉତ୍ତର ଗାଜାରେ ହମାସ ଆଉଟପୋଷ୍ଟ ଓ ଟ୍ରେନିଂ କ୍ୟାମ୍ପ ଉପରେ ହମଲା କରିଛି। ଏହି ସମୟରେ ହମାସର ଅନେକ ଅସ୍ତ୍ରକୁ  ଜବତ କରାଯାଇଛି ଏବଂ ୩୦ ସୈନିକଙ୍କୁ ମାରି ଦିଆଯାଇଛି। 

ଆଇଡିଏଫର କହିବାନୁସାରେ , ସେମାନେ ଅସଲଟ୍‌ ରାଇଫଲ୍ସ , ମିସାଇଲ , ମୋର୍ଟାର , ଡ୍ରୋନ୍, ସଞ୍ଚାର ଉପକରଣ ଓ ଅନ୍ୟ ଟେକ୍ନିକାଲ ଇକ୍ୱିପମେଣ୍ଟ ଜବତ କରିଛନ୍ତି। ଉଲ୍ଲେଖନୀୟ ଯେ , ୭ ଅକ୍ଟୋବରରେ ହମାସ , ଗାଜା ପଟ୍ଟିରୁ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ କରି ଆକ୍ରମଣ କରିଥିଲା। ଏହା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଦେଇ ଥିଲେ। ଏହି ଦୁଇ ସପ୍ତାହର ଯୁଦ୍ଧରେ ଗାଜା ପଟ୍ଟି ପୂରା ଧ୍ୱଂସ ହୋଇ ଯାଇଛି। ଇସ୍ରାଏଲ ଓ ହମାସ ଯୁଦ୍ଧରେ ମୃତକ ଫିଲିସ୍ତିନୀୟ ନାଗରିକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ହୋଇ ଯାଇଛି।

Copyright © 2022 - Summa Real Media Private Limited. All Rights Reserved.