ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’, ବୀରମିତ୍ରପୁରରୁ ଆରମ୍ଭ ହେବ ରାହୁଲଙ୍କ ପଦଯାତ୍ରା

ରାଉରକେଲା, ୦୬/୦୨: ମଣିପୁରରୁ  ବାହାରିଥିବା ରାହୁଲ ଗାନ୍ଧିଙ୍କ ଦ୍ୱିତୀୟ ପର୍ଯ୍ୟାୟ  ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’  ମଙ୍ଗଳବାର ଅପରାହ୍ଣ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ ।

ରାହୁଲ ଗାନ୍ଧିଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଲେ, ରାହୁଲ  ଗାନ୍ଧି ଓଡ଼ିଶା-ଝାଡ଼ଖଣ୍ଡ ସୀମା ବାଁସଜୋର ଦେଇ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରେ ପହଞ୍ଚିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା  କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ସେଠାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପତାକା ହସ୍ତାନ୍ତର କରାଯିବ । ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲ ଠାରେ ରାତ୍ରିଯାପନ  କରିବେ । ରାତ୍ରି ରହଣୀ ନିମନ୍ତେ ଆବଶ୍ୟକ  ବ୍ୟବସ୍ଥା ହୋଇଛି । 

୭ ତାରିଖ ସକାଳ ୮ଟା  ୪୫ରେ ରାହୁଲ ଗାନ୍ଧି ଶିବିର ଛାଡ଼ି ସକାଳ ୯ଟା  ୩୦ରେ ରାଉରକେଲା ଉଦିତନଗର ଏସ୍‌ପି ସମ୍ମୁଖ  ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ । ପରେ ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ  ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ଆଗକୁ  ବଢ଼ି ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସା  ମୁଣ୍ଡା ପଡ଼ିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା  ଆରମ୍ଭ ହୋଇ କୁତ୍ରାଠାରେ ରାହୁଲ ଲୋକଙ୍କୁ  ଉଦ୍‌ବୋଧନ ଦେବେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.