ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକ ସହ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି,୨୭/୧ : ଛତିଶଗଡ଼ କୁ ଗଞ୍ଜେଇ ଚାଲାଣ ବେଳେ ବାଇକ ସହିତ ଗଞ୍ଜେଇ ଜବତ କରି ଦୁଇ ଜଣ ଙ୍କୁ  ମାଲକାନଗିରି ଅବକାରୀ ପୋଲିସ ଗିରଫ କରିଛି। ଏକ ଜରିବସ୍ତା ରୁ ୧୫କେଜି ୫୦୦ଗ୍ରାମ ଗଞ୍ଜେଇ ଅବକାରୀ ପୋଲିସ ଜବତ କରିଛି। 

ମାଲକାନଗିରି ବାଲିମେଳା ରାସ୍ତାରେ ଅବକାରୀ  ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ପଟରୁ ଦ୍ରୁତଗତିରେ ଏକ ବାଇକ ଆସୁଥିବାରୁ ଦେଖିବାକୁ ପାଇଥିଲେ। ବାଇକକୁ ପୋଲିସ ଅଟକାଇବାରୁ ସେ ନ ଅଟକି ମାଲକାନଗିରି ଆଡ଼କୁ ପଳାଇ ଥିଲା। ତାକୁ ଗୋଡ଼ାଇ   କାଦବାହାଲ ଛକ ନିକଟରେ ପୋଲିସ ଅଟକାଇଥିଲା। ବାଇକ ଯାଞ୍ଚ କରିବାରୁ ଏକ ଜରିବସ୍ତା ରୁ ୧୫କେଜି ୫୦୦ଗ୍ରାମ ଗଞ୍ଜେଇ ବାହାରି ଥିଲା। ବାଇକ ସହ ଗଞ୍ଜେଇ ଜବତ କରି ଦୁଇଜଣ ଙ୍କୁ ଗିରଫ କରି ଅବକାରୀ ବିଭାଗ ଥାନାକୁ ନେଇ ପଚରା ଉଚରା କରିଥିଲେ।  ଓରକେଲ ଥାନା ସ୍ଥିତ ସିରାଗୁଡା ଗ୍ରାମର ବାବୁଲ କବାସୀ ଓ ପିଣ୍ଟୁ କବାସୀ ଦୁହେଁ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ କ୍ରୟ କରି ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା କୁ ଚାଲାଣ କରିବା ନିମନ୍ତେ ନେଉଥିଲେ। ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ଏକ ଲକ୍ଷ ୫୫ ହଜାର ଟଙ୍କା ହେବ। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଇନିସପେକ୍ଟର ଶ୍ରୀ ବଳ ସୂଚନା ଦେଇଛନ୍ତି। ଅବକାରୀ ବିଭାଗ ଇନ୍ସପେକ୍ଟର ସନ୍ତୋଷ କୁମାର ବଳ ଙ୍କ ନେତୃତ୍ୱରେ ସବଇନିସପେକ୍ଟର ଅଶେଷ କୁମାର ନାୟକ,ଜ୍ଞାନ ରଞ୍ଜନ ସାହୁ, ଗୋବିନ୍ଦ ବଞ୍ଜାମି, ଆନ୍ଦନ ପ୍ରଧାନ, ପାଣ୍ଡବ ଟୁଡୁ ପ୍ରମୁଖ ପାଟ୍ରୋଲିଂରେ ସାମିଲ ଥିଲେ। 

ଆହୁରି ପଢନ୍ତୁ : କ୍ୟାପିଟାଲ ହସ୍ପିଟାଲରେ ୨୨ ଦିନର ଶିଶୁକୁ ଛାଡ଼ି ବାପା-ମା’ ଫେରାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.