ପ୍ରମୂଖ ଖବର

ବାଇଗଣବାଡିଆ ଛକ ନିକଟରେ ବାଇକ୍- ସ୍କୁଟି ମୁହାଁମୁହିଁ, ଆଖିବୁଜିଲେ ୩ ଆରୋହୀ

ଉଦଳା ୨୯/୦୨: ବାରିପଦା ବାଇଗଣବାଡିଆ ଛକ ନିକଟରେ ଭୟଙ୍କର ଦୁର୍ଘଟଣା। ବାଇକ୍- ସ୍କୁଟି ମୁହାଁମୁହିଁ ଧକ୍କା। ଭାଙ୍ଗି ସମ୍ପୂର୍ଣ୍ଣ ଚୁର୍‌ମାର୍ ହୋଇଗଲା ଉଭୟ ଗାଡ଼ି।  ଦୁର୍ଘଟଣାସ୍ଥଳରେ ଆଖିବୁଜିଲେ ୩ ଜଣ ଆରୋହୀ। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧ ର ଆକାଶ ବିନ୍ଧାଣୀ (୨୦) ଓ ଲକ୍ଷ୍ମଣ ସିଂ (୧୯) ହୋଇଥିବା ବେଳେ  ଅନ୍ୟ ଜଣକ ହେଲେ  ଯଦୁନାଥପୁର ଅଂଚଳର  ରାଜେନ୍ ସିଂ (୨୮) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଇଥିବାକୁ ମିଳିଛି।

ସୂଚନା ମୁତାବିକ, ବାରିପଦା ରାଜ୍ୟ ରାଜପଥର ଏକ ବାଇକରେ ଦୁଇ ଜଣ ଯୁବକ ଉଦଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟିରେ ଜଣେ ଯୁବକ ଯାଉଥିଲେ । ବାଇଗଣବାଡିଆ ଛକ ନିକଟରେ ଉଭୟ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ବଡସାହି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବେପରୁଆ ଏବଂ ଦୃତଗତିର ଗାଡି ଚାଳନାରୁ ଏପରି ଅଘଟଣ ଘଟିଥିବା ବେଳେ ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଯଦୁନାଥପୁର ଅଞ୍ଚଳର ଏବଂ ଜଣେ ବାଲିଯୋଡା ଅଞ୍ଚଳର ବୋଲି ଜଣାଯାଇଛି ।

  • prameyanews
  • PrameyaOdia
  • prameya
  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.