ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏସିଆରେ ବଢୁଛି ସ୍ତନ ଓ ଗର୍ଭାଶୟ କର୍କଟ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୦୮/୦୯: ଗର୍ଭାଶୟ କର୍କଟ ରୋଗରେ ବିଶ୍ୱର ସର୍ବାଧିକ ମୃତ୍ୟୁହାର ଏସିଆରେ ହିଁ ଦେଖିବାକୁ ମିଳିଥାଏ । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମହିଳାମାନେ ସ୍ତନ ଓ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି ବୋଲି ଏକ ଇକୋନୋମିଷ୍ଟ ରିର୍ପୋଟରୁ ଜଣାପଡିଛି ।

ରୋଚେଙ୍କ ଦ୍ୱାରା ପ୍ରାୟୋଜିତ ଓ ଇକୋନୋମିଷ୍ଟ ଇମ୍ପାକ୍ଟ ଦ୍ୱାରା ପ୍ରକାଶିତପ୍ରଭାବ ଏବଂ ସୁଯୋଗ: ଏସିଆ ପ୍ରଶାନ୍ତ ମହାସାଗରରେ ରହୁଥିବା ମହିଳାଠାରେ ହେଉଥିବା କର୍କଟ ମାମଲାର ସନ୍ଧାନ ରିର୍ପୋଟରେ ଏସିଆର ୬ଟି ଦେଶ- ଭାରତ, ଇଣ୍ଡୋନେସିଆ, ମାଲେସିଆ, ଫିଲପାଇନ୍ସ, ଥାଇଲାଣ୍ଡ ଓ ଭିଏତନାମ୍‌ ଆଦି ଦେଶରେ ସ୍ତନ ଓ ଗର୍ଭାଶୟ କର୍କଟ ରୋଗର ପରୀକ୍ଷା କରାଯାଇଛି । ରିର୍ପୋଟରେ କୁହାଯାଇଛି ସୀମିତ ସଚେତନତା, କଳଙ୍କ, ଗୁଣାତ୍ମକ ତଥା ସମୟାନୁବର୍ତ୍ତୀ ସ୍କ୍ରିନିଂ, ନିରାକରଣ, ଚିକିତ୍ସା ଏବଂ ଯତ୍ନର ଅଭାବ ହେତୁ ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଦେଶର ମହିଳାମାନେ ସ୍ତନ ଓ ଗର୍ଭାଶୟ କର୍କଟ ବିଷୟରେ କମ୍‌ ସଚେତନ ରହୁଛନ୍ତି ।


୨୦୨୦ରୁ ୨୦୩୦ ମଧ୍ୟରେ ଏସିଆରେ ସ୍ତନ କର୍କଟ ୨୦.୯ ପ୍ରତିଶତ ବୃଦ୍ଧି ପାଇବା ସହ ମୃତ୍ୟୁହାର ୨୭.୮ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି । ସେହିପରି ଗର୍ଭାଶୟ କର୍କଟ ରୋଗ ୧୮.୯ ପ୍ରତିଶତ ବୃଦ୍ଧି ସହ ମୃତ୍ୟୁହାର ୨୪.୯ ପ୍ରତିଶତରେ ପହଞ୍ଚିପାରେ ବୋଲି ରିର୍ପୋଟରେ ଦର୍ଶାଯାଇଛି । ୨୦୨୦ରେ ବିଶ୍ୱରେ ପ୍ରାୟ ୨.୩ ନିୟୁତ ସ୍ତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏହି ସଂଖ୍ୟାର ପ୍ରାୟ ୪୫ ପ୍ରତିଶତ କେବଳ ଏସିଆରେ ରହିଥବା ବେଳେ ୨୬.୩ ପ୍ରତିଶତ ସହ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ଜଣାପଡିଛି । କେତେକ କର୍କଟ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି । ଏହି ରିର୍ପୋଟରୁ ଆହୁରି ଜଣାପଡିଛି ଯେ ୨୦୨୦ ମସିହାରେ ଦ୍ୱିତୀୟ ସାଧାରଣ ରୋଗ ଭାବେ ଗର୍ଭାଶୟ କର୍କଟ ହିଁ ଚିହ୍ନଟ ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.