ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ୍ ଆୱାର୍ଡ଼ – ୨୦୨୩

ଭୁବନେଶ୍ୱର,୧୩/୨ : ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ୍ ଆୱାର୍ଡ଼ – ୨୦୨୩ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ୍ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦ୍ଵାରା ନୂଆଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ ଆୱାର୍ଡ଼ର ଅଧ୍ୟକ୍ଷ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । 

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ବଚ୍ଛତା ପାଇଁ ବିଏସକେୱାଇକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବସୃଜନ, ସର୍ବଜନୀନତା, ଉଲ୍ଲେଖନୀୟ ସଫଳତା ଏବଂ ସ୍ଵଚ୍ଛତା ପାଇଁ ବିଏସକେୱାଇକୁ ଏହି ପୁରସ୍କାରପ୍ରଦାନ କରାଯାଇଛି । ବିଏସକେୱାଇ ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୃଶ୍ୟମାନ ରୂପାନ୍ତରଣ ଆଣିଛି । ରାଜ୍ୟର ସମସ୍ତ ୧୧୯.୮ଲକ୍ଷ ପରିବାରର ପ୍ରାୟ ୪.୭୯ କୋଟି ଲୋକଙ୍କୁ ସରକାରୀ ଚିକିତ୍ସାଳୟମାନଙ୍କରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ରୋଗ ନିର୍ଣ୍ଣୟ ପରୀକ୍ଷା ନିରୀକ୍ଷାଠାରୁ ଆରମ୍ଭ କରି ସ୍ପେସାଲିଟି ପରାମର୍ଶ ଏବଂ ଔଷଧ ଆଦି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।  ଏହାଛଡା ଆର୍ଥିକ ସମ୍ବେଦନଶୀଳ ଓ ଦୁର୍ବଳ ୯୯.୩ଲକ୍ଷ ପରିବାରର ସମସ୍ତ ୩.୫୬କୋଟି ସଦସ୍ୟଙ୍କୁ ବିଏସକେୱାଇ ସ୍ମାର୍ଟ କାର୍ଡ଼ ଯୋଗାଇ ଦିଆଯାଇଛି । 

ଯାହା ବଳରେ ସେମାନେ ତାଲିକାଭୁକ୍ତ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କରେ ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ୧୭ଟି ରାଜ୍ୟରୁ ୮୧୬ ଘରୋଇ ହସ୍ପିଟାଲ ବିଏସକେୱାଇ ତାଲିକାଭୁକ୍ତ ହୋଇସାରିଲେଣି । ଯୋଜନାର ସ୍ଵଚ୍ଛତା, ଉପଯୁକ୍ତ ଚିକିତ୍ସା ପ୍ୟାକେଜ ଏବଂ ତୁରନ୍ତ ବିଲ ପୈଠ ଆଦି ଯୋଗୁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ଏଥିରେ ସାମିଲ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ତଥା ସାସର ଅଧ୍ୟକ୍ଷ ଶ୍ରୀମତୀ ଶାଳିନୀ ପଣ୍ଡିତ ବି ଏସ୍ କେ ୱାଇ ଟିମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଲୋକମାନଙ୍କୁ ସେବା ପ୍ରଦାନ ଦିଗରେ ସର୍ବଦା ସଜାଗ ଓ ତତ୍ପର ରହିବାକୁ ପରାମର୍ଶ ଦେଇଛନ୍ତି ।  ସୂଚନାଯୋଗ୍ୟ, ବିଏସକେୱାଇ ଦ୍ଵିତୀୟ ଥର ପାଇଁ  ଜାତୀୟ ସ୍କଚ୍ ଆୱାର୍ଡ଼ରେ ସ୍ଵର୍ଣ୍ଣ ପଦ ହାସଲ କରିଛି । ଏହା ପୂର୍ବରୁ ବିଏସକେୱାଇକୁ ୨୦୧୯ବର୍ଷ ପାଇଁ ମଧ୍ୟ ସ୍କଚ୍ ସ୍ଵର୍ଣ୍ଣ ପଦ ମିଳିଥିଲା ।                    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.