ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ତୃତୀୟ ଟେଷ୍ଟରୁ ବିଶ୍ରାମ ନେଇପାରନ୍ତି ବୁମରା, ଟିମ୍ ଇଣ୍ଡିଆକୁ ଫେରିବେ ମହମ୍ମଦ ସିରାଜ

ବିଶାଖାପଟନମ୍‌,୦୬/୦୨: ପ୍ରଥମ ୨ଟି ଟେଷ୍ଟରେ ୧୫ଟି  ୱିକେଟ୍‌ ଅକ୍ତିଆର କରିସାରିଥିବା ଯଶପ୍ରୀତ ବୁମରାଙ୍କୁ ତୃତୀୟ  ଟେଷ୍ଟରୁ ବିରତି ଦେବାକୁ ଟିମ ମ୍ୟାନେଜମେଣ୍ଟ ଯୋଜନା କରୁଛି । ତାଙ୍କ କାର୍ଯ୍ୟଭାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସେ ଇତି  ମଧ୍ୟରେ ୨ଟି ଟେଷ୍ଟରୁ ୫୭.୫ଓଭର ବୋଲିଂ କରିସାରିଲେଣି ।  ୧୫ ତାରିଖରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ହାତରେ ୯ଦିନ  ବିଶ୍ରାମ ସମୟ ରହିଛି । ଆଗକୁ ଆଉ ୩ଟି ଟେଷ୍ଟ ବାକି ରହିଛି ।  ତେଣୁ ତାଙ୍କୁ ଉପଯୁକ୍ତ ବିଶ୍ରାମ ମିଳିବା ଜରୁରି ହୋଇଯାଇଛି ।  ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ତୃତୀୟ ଟେଷ୍ଟକୁ ଫେରିବେ ।  ସିରାଜଙ୍କୁ ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା ।  

ଆହତ ସମସ୍ୟା ଦେଇ ଗତି କରୁଥିବା ଅଲରାଉଣ୍ଡର ରବିନ୍ଦ୍ର  ଜାଡେଜା ପରବର୍ତ୍ତୀ ୩ଟି ଯାକ ଟେଷ୍ଟ ଖେଳିବା ଆଶ ନାହିଁ । ମାତ୍ର  ଅନ୍ୟ ଆହତ ଖେଳାଳି କେ ଏଲ ରାହୁଲ ୧୫ତାରିଖ ପୂର୍ବରୁ  ଫିଟ୍‌ ହୋଇଯିବେ ବୋଲି ଆଶା ରହିଛି ।  

ବିରାଟ କୋହଲିଙ୍କ ଫେରିବା ନେଇ କୌଣସି ସୂଚନା ନାହିଁ ।  ଶେଷ ୩ଟି ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବ । ଏହା ପୂର୍ବରୁ  କୋହଲିଙ୍କ ସହ ଯୋଗାଯୋଗ କରାଯିବ ବୋଲି ମୁଖ୍ୟ କୋଚ  ରାହୁଲ ଦ୍ରାବିଡ ଆଜି ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.