ପ୍ରମୂଖ ଖବର

ନିଜ ବନ୍ଧୁକରୁ ଗୁଳିକରି ବ୍ୟବସାୟୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ,୫।୨: ଢେଙ୍କାନାଳର ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁ(୬୨) ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ସୋମବାର ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡିଛନ୍ତି । ଖବରପାଇ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ସେ ଏପରି ଗୁଳିକରି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି ଘଟିଛି ତାହା ଜଣାପଡିନାହିଁ । 

ଦୁଇ ପୁଅ ଘରେ ନଥିବା ବେଳେ ବଡ ବୋହୂ ଓ ଦୁଇ ନାତୁଣୀ  ଘରେ ଥିଲେ । ସ୍ବର୍ଗତ ସାହୁଙ୍କର ସଦର ଥାନା ଗୁଣଦେଇପୁର, ନମିଚିରାରେ  କ୍ରସର ସହ ଗୁଣିଦେଇପୁରରେ ଇଟା ଭ୍ୟାକ୍ଟ୍ରି ରହିଛି । ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ସହରରେ ଶୋକର ଛାୟା ଖେଳାଇଦେଇଛି ।

ଆହୁରି ପଢନ୍ତୁ : ଟଙ୍କା ଲୁଟି ନେବା ପରେ ବାଇକ ପୋଡ଼ି ଦେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.