ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସୋମବାର ଭଙ୍ଗାଯିବ ବକ୍ସିବଜାର-ବାରପଥର ଓ ବଜ୍ରକବାଟି ପୋଲ, ଜାନୁଆରୀ ୧୦ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା

କଟକ ୧୦/୧୨: ସୋମବାର ସଂଧ୍ୟାରେ କଟକର  ଅନ୍ୟତମ ଜନବହୁଳ ସ୍ଥାନ ବକ୍ସିବଜାର ବାରପଥର ନିକଟରେ  ଥିବା ବହୁଦିନର ପୁରାତନ ପୋଲକୁ ଭାଙ୍ଗି ଦିଆଯିବ । ସେହି  ଗୋଟିଏ ଦିନରେ ବଜ୍ରକବାଟିସ୍ଥିତ ପୋଲକୁ ମଧ୍ୟ ଭଙ୍ଗାଯିବ । ଏହାକୁ ଦୃଷ୍ଟିରେ ରଖି ବକ୍ସିବଜାର ଓ ବଜ୍ରକବାଟି ରାସ୍ତାରେ  ଟ୍ରାଫିକ କଟକଣା ଜାରି ହୋଇଛି । ସେହି ସ୍ଥାନକୁ ନୂଆ ରୂପରେ ତିଆରି କରାଯିବ । ୩୨ ଦିନରେ ଅର୍ଥାତ ସୋମବାରରୁ କାମ  ଆରମ୍ଭ ହୋଇ ୨୦୨୪ ଜାନୁଆରୀ ୧୦ ତାରିଖ ଦିନ ଏହି ଦୁଇ  ସ୍ଥାନରେ ନୂତନ ନିର୍ମାଣ କାର୍ଯ୍ୟ ଶେଷ ହେବ। ପୋଲ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । 

ଏହି ପୋଲ ଭଙ୍ଗାଯିବା ପରିପ୍ରେକ୍ଷୀରେ ଜାରି ହେବାକୁ  ଥିବା ଟ୍ରାଫିକ୍‌ କଟକଣା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ  ଆଜି ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ବକ୍ସିବଜାରରୁ  ତିନିକୋଣିଆ ବଜାର ପର୍ଯ୍ୟନ୍ତ ଚାରି ଚକିଆ ଯାନ ଚଳାଚଳ  ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ । ବକ୍ସିବଜାର ପଟୁ  ଗାଡିଗୁଡିକ ସ୍ଥାନୀୟ ଜିପିଓ ପାଖରୁ କେଶରପୁର ଭିତର ହୋଇ  ସେମିନାରୀ ଛକରୁ ଡାହାଣକୁ ଭାଙ୍ଗି ନେତାଜୀ ଆର୍କେଡ୍‌ ଅର୍ଥାତ୍‌  ପୁରୁଣା ଜେଲ୍‌ ଅଭିମୁଖେ ଆସିବେ । ସେହିପରି ବଜ୍ରକବାଟି  କଲଭର୍ଟ ନିର୍ମାଣ ସମୟରେ କୌଣସି ଭାରୀଯାନ ଦୋଳମୁଣ୍ଡାଇ ଛକରୁ ବଜ୍ରକବାଟି ରୋଡ ଦେଇ ସିଧା ରାଣୀହାଟ ଆଡକୁ  ଯାଇପାରିବ ନାହିଁ । ଟ୍ରାକ୍ଟର, ସ୍କୁଲ, କଲେଜ ବସ୍‌ ଭଳି ଭାରୀଯାନ  ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । କିନ୍ତୁ  ଯେଉଁଠୁ ରାସ୍ତାର ଡାଇଭରସନ୍‌ ହେବ ସେହି ସ୍ଥାନରେ ଟ୍ରାଫିକ୍‌  କଟକଣା ସଂକ୍ରାନ୍ତ ସମସ୍ତ ପ୍ରକାର ସୂଚନା ଫଳକ ଲଗାଯିବାକୁ  ବାଧ୍ୟତାମୂଳକ କରାଯାଇଛି । ଯେଉଁ ସ୍ଥାନରେ ନିର୍ମାଣ ହେବ  ଉକ୍ତ ସ୍ଥାନରେ ରାତିରେ ଭଲଭାବେ ଆଲୋକୀକରଣ କରାଯିବ । 




ୱାଟ୍‌କୋ ଡ୍ରେନେଜ୍‌ ଡିଭିଜନ୍‌ର ମ୍ୟାନେଜର୍‌ ବିଜୟ କୁମାର  ପଣ୍ଡା କହିଛନ୍ତି ଯେ, ଆସନ୍ତା ସୋମବାରଠାରୁ ଏହି ପୋଲ  ଭଙ୍ଗାଯିବ । ସେହି ରାସ୍ତାରେ ୱାଟ୍‌କୋର ପାଣି ପାଇପ୍‌ ଲାଇନ୍‌,  ବିଏସ୍‌ଏନ୍‌ଏଲ୍‌ର କେବୁଲ୍‌ ଲାଇନ୍‌ ଏବଂ ଟିପିସିଓଡିଏଲ୍‌ର ବିଦ୍ୟୁତ୍‌  କେବୁଲ୍‌ ଲାଇନ୍‌କୁ ଅସ୍ଥାୟୀ ଭାବେ ଅନ୍ୟ ରାସ୍ତାକୁ ସ୍ଥାନାନ୍ତର  କରିବା ଲାଗି କୁହାଯାଇଛି । ତେବେ ବକ୍ସିବଜାରର ଗୋଟେ  ପଟେ ଡାଇଭରସନ୍‌ ରହିବ । ବାରପଥର ପଟେ ସ୍ଲାବ୍‌ ପକାଯାଇ  ଯାତାୟତ ସୁବିଧା କରାଯିବ । କିନ୍ତୁ ବଜ୍ରକବାଟି ପୋଲ ନିକଟରେ  ଉଭୟ ପାଶ୍ୱର୍ରେ ଯାତାୟତ ସୁବିଧା କରାଯିବ । ଉଭୟପଟେ  ସ୍ଲାବ୍‌ ପକାଯାଇ ଯାତାୟାତ ସୁଗମ କରାଯିବ । ଏହି ଦୁଇଟି ଯାକ  ପୋଲ ଭଙ୍ଗାଯିବା ପରେ ଏହାର ଗୋଟେ ମାସ ମଧ୍ୟରେ ନୂତନ  ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.